Latest Odisha News

BREAKING NEWS

ଉନ୍ମୋଚିତ ହେଲା ରାଜଧାନୀର ପ୍ରଥମ ଫ୍ୟାଶନ ପତ୍ରିକା ‘ପଶ୍ ଆଫେୟାର’

ଭୁବନେଶ୍ୱର : ଓଡ଼ିଶାରୁ ପ୍ରଥମକରି ଲଞ୍ଚ୍ ହେଲା ଫ୍ୟାଶନ ପତ୍ରିକା ‘ପଶ୍ ଆଫେୟାର’ । ରାଜଧାନୀର ଦୁଇ ଜଣାଶୁଣା ଫ୍ୟାଶନ୍ ଡ଼ିଜାଇନର୍ ଦିନେନ୍ଦ୍ର ପ୍ରତାପ ସିଂହଦେଓ ଏବଂ ରୋଶନ ସାହୁ ଏହି ପତ୍ରିକାଟିକୁ ଭିନ୍ନ ଶୈଳୀରେ ପ୍ରକାଶିତ କରିଛନ୍ତି ।

ଏହି ଦୁଇ ଫ୍ୟାଶନ ଡ଼ିଜାଇନର୍ ସେମାନଙ୍କର ଲାଟେଷ୍ଟ କଲେକ୍ସନ ‘ନଜାକତ୍’ ର ପ୍ୟାଶନ୍ ଶୋ’ କାର୍ଯ୍ୟକ୍ରମକୁ ହିଁ ଏହି ପତ୍ରିକାର ପ୍ରଥମ ସଂଖ୍ୟାରେ ସ୍ଥାନ ଦେଇଛନ୍ତି । ଏହି ଫ୍ୟାଶନ ଶୋ’ ଦୁଇଟି କାର୍ଯ୍ୟକୁ ସୂଚାଉଅଛି – ଫ୍ୟୁଜନ ଅଫ ‘ଓଡ଼ିଶା ହ୍ୟାଣ୍ଡଲୁମ’ ଏବଂ ‘ୱେଷ୍ଟର୍ଣ୍ଣ ଡ଼ିଜାଇନ ଓ ବ୍ରାଇଡାଲ୍ କଲେକ୍ସନ’ । ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ ଆକର୍ଷଣୀୟ ଶାଗୁଆ ଗାଉନ୍ ପିନ୍ଧି ଏହି ଶୋ’ରେ ପାରମ୍ପରିକ ଓଡ଼ିଶା ଫାବ୍ରିକର ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଥିଲେ । ଓଡ଼ିଶାର ପାରମ୍ପରିକ ଫାବ୍ରିକ ଡ଼ିଜାଇନ ଏହି ଡ଼ିଜାଇନ୍ ରେ ବେଶ୍ ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିଛି ।

ଏହି ବାର୍ଷିକ ଫାଶନ ମ୍ୟାଗାଜିନର ଏହି ସଂସ୍କରଣରେ ସାରା ବିଶ୍ୱର ସୁନ୍ଦର ଡ଼ିଜାଇନ ସବୁ ସ୍ଥାନ ପାଇଛି । ଏପରିକି ଏହି ମ୍ୟାଗାଜିନରେ ବିଶ୍ୱସ୍ତରର ପ୍ରଖ୍ୟାତ ଡିଜାଇନର ମାନଙ୍କର ପେଶାଦାର ଜୀବନୀକୁ ପ୍ରାଞ୍ଜଳ ଭାବରେ ସୁନ୍ଦର ଫଟୋଗ୍ରାଫି ସହିତ ସ୍ଥାନ ଦିଆଯାଇଛି ।

“ରାଜ୍ୟରେ ଫାଶନର ଚର୍ଚ୍ଚା ତଥା ବିଶ୍ୱସ୍ତରର ଫାଶନ ଡ଼ିଜାଇନ ଏବଂ ଡ଼ିଜାଇନରଙ୍କ ବିଷୟରେ ବ୍ୟକ୍ତ କରିବା ଏହି ‘ପଶ୍ ଆଫେୟାର’ପତ୍ରିକାର ଲକ୍ଷ୍ୟ । ରାଜ୍ୟରେ ପ୍ରଥମଥର ଲାଗି ଏହିପରି ଏକ ପତ୍ରିକା ଜନ୍ମ ନେଇଛି”,ବୋଲି କହିଛନ୍ତି ଦିନେନ୍ଦ୍ର ସିଂହଦେଓ ।

“ଆମେ ଏପ୍ରିଲରେ କାର୍ଯ୍ୟ ଆରମ୍ଭ କରିଥିଲୁ ଏବଂ ପତ୍ରିିକାଟିକୁ ଜୁଲାଇରେ ପ୍ରକାଶିତ କଲୁ । ଆମ ସହିତ ଦୁଇଜଣ କଣ୍ଟେଣ୍ଟ ରାଇଟର୍ ଅର୍ପିତ ଖଣ୍ଡେଲୱାଲ ଏବଂ ଏକତା ମାହେଶ୍ୱରୀ କାର୍ଯ୍ୟ କରୁଛନ୍ତି । ଏଦୁହିଁଙ୍କ ଠୁ ଆମେ ଅନେକ ସାହାଯ୍ୟ ଓ ସହଯୋଗ ପାଇପାରୁଛୁ । ଆଶା କରୁଛୁ ଆଗାମୀ ଦିନରେ ଏହା ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ”, ବୋଲି ମଧ୍ୟ କହିଛନ୍ତି ଦିନେନ୍ଦ୍ର ।

ପତ୍ରିକାର ଚିନ୍ତକ ଦୁଇ ଜଣାଶୁଣା ଫ୍ୟାଶନ୍ ଡ଼ିଜାଇନର୍ ଦିନେନ୍ଦ୍ର ପ୍ରତାପ ସିଂହଦେଓ ଏବଂ ରୋଶନ ସାହୁ ନିକଟରେ ‘ଗ୍ଲୋବାଲ୍ ଫ୍ୟାଶନ ଆୱାର୍ଡ଼’ ହାସଲ କରିବାକୁ ସକ୍ଷମ ହୋଇଛନ୍ତି ଯାହାକି ବଲିଉଡ୍ ରେ ପ୍ରବେଶ କରିବାକୁ ଏକ ସୁଗମ ରାସ୍ତା ଏହି ଦୁଇ ଡ଼ିଜାଇନରଙ୍କ ଲାଗି ଖୋଲିଯାଇଛି ।

Leave A Reply

Your email address will not be published.