Latest Odisha News

BREAKING NEWS

ଦୁର୍ବଳ ହେଉଛି ବୁଲବୁଲ୍, ଓଡିଶାର ବିଭିନ୍ନ ସ୍ଥାନରେ ପାଗ ଶୁଖିଲା

ଭୁବନେଶ୍ୱର: ଅତି ଭୟଙ୍କର ରୂପ ନେଇଥିବା ବାତ୍ୟା ବୁଲବୁଲ୍ ଧିରେଧିରେ ଦୁର୍ବଳ ହେବାରେ ଲାଗିଛି । ଏହା ବର୍ତ୍ତମାନ ସମୟରେ ବାଂଲାଦେଶର ଉତ୍ତର-ପୂର୍ବ ଖେପପୁରା ଠାରୁ ୧୬୦ କିମି. ଦୂରରେ ବାଂଲାଦେଶର ଉପକୂଳ ଅଞ୍ଚଳରେ ରହିଛି । ଯାହା ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହୋଇ ଦୁର୍ବଳ ହେବ ।

ଏନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ଜାରି ସଦ୍ୟତମ ବୁଲେଟିନରୁ ଜଣାପଡିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ଶୁଖିଲା ରହିଥିବା ବେଳେ ଏହା ପ୍ରଭବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।

Leave A Reply

Your email address will not be published.