Latest Odisha News

BREAKING NEWS

ଶିଶୁ ମୃତ୍ୟୁକୁ ନେଇ କଟକ ଏସସିବି ପରିସରରେ ଉତ୍ତେଜନା

କଟକ: ଚିକିତ୍ସାରେ ଅବହେଳା ଯୋଗୁଁ କଟକ ବଡ ମେଡିକାଲରେ ଜଣେ ୮ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି । ଯାହାଫଳରେ ରବିବାର ସକାଳେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଯାଇଛି ।

ଏପରିକି ସମ୍ପୃକ୍ତ ଶିଶୁର ପରିବାର ବର୍ଗ ହସ୍ପିଟାଲର କାଜୁଆଲିଟି ବିଭାଗରେ ତାଲା ପକାଇ ଦେଇଛନ୍ତି ।

ମୃତ ଶିଶୁ ଜଣକ କଟକ ସେକ୍ଟର ୬ ଅଞ୍ଚଳର ପ୍ରତ୍ୟୁଷ ଦାସ ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଗତ ଶନିବାର ଦିନ ପ୍ରତ୍ୟୁଷ ଘରେ ଖେଳୁଥିବା ବେଳେ ଦୁର୍ଭାଗ୍ୟବଶତଃ ସିଡିରୁ ପଡିଯାଇଥିଲା । ସଙ୍ଗେସଙ୍ଗେ ପରିବାର ବର୍ଗ ତାକୁ କଟକ ଶିଶୁ ଭବନରେ ଭର୍ତ୍ତି କରାଇଥିଲେ । ପରେ ତାଙ୍କୁ ଏସସିବିର କାଜୁଆଲିଟି ବିଭାଗକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା କହି ଡାକ୍ତର ତାଙ୍କୁ ଘରକୁ ପଠାଇ ଦେଇଥିଲେ । ପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାକୁ ପୁଣିଥରେ ବଡ ମେଡିକାଲକୁ ଅଣାଯାଇଥିଲା ।

ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ଚିକିତ୍ସାରେ ଅବହେଳା କାରଣରୁ ତାଙ୍କ ପୁଅର ମୃତ୍ୟୁ ହୋଇଥିବା ନେଇ ପରିବାର ବର୍ଗ ଅଭିଯୋଗ କରିବା ସହିତ କାଜୁଆଲିଟି ବିଭାଗରେ ତାଲା ପକାଇ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଲୋକଙ୍କୁ ବୁଝାଶୁଝା କରିଛନ୍ତି ।

Leave A Reply

Your email address will not be published.