Latest Odisha News

BREAKING NEWS

‘ବାଲିଯାତ୍ରା’ରେ ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମ; ମତୁଆଲା କରିବେ ଦଲେର

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ‘ବାଲିଯାତ୍ରା’ ନଭେମ୍ବର ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ପ୍ରତିବର୍ଷ ଭଳି ଚଳିତଥର ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗାରଙ୍ଗ ହେବ ବାଲିଯାତ୍ରା ସନ୍ଧ୍ୟା । ଏପରିକି ନିଜ ଯାଦୁରେ ଦର୍ଶକଙ୍କୁ ମତୁଆଲା କରିବାକୁ ଯାଉଛନ୍ତି ଲୋକପି୍ରୟ କଣ୍ଠଶିଳ୍ପୀ ଦଲେର୍ ମେହେନ୍ଦି, ସୋନା ମହାପାତ୍ର, କେକେ ଓ ଋତୁରାଜ ମହାନ୍ତି ।

ଏଥର ବାଲିଯାତ୍ରାରେ ପର୍ଯ୍ୟଟକମାନେ ରିକ୍ସା, ସାଇକେଲ୍ ସବାରୀ ସହ ବୋଟିଂର ମଧ୍ୟ ମଜା ଉଠାଇ ପାରିବେ ।

ମହାନଦୀର ଗଡଗଡିଆ ଘାଟ ନିକଟସ୍ଥ କିଲା ମଇଦାନରେ ଅପରାହ୍ନ ୪ଟାରୁ ରାତି ୧୦ଟା ମଧ୍ୟରେ ଏହି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରାଯିବ । ପ୍ରଥମଥର ପାଇଁ ୪ଟି ମଞ୍ଚ କରାଯିବ ।

ଏହାର ଉଦଘାଟନୀ ଉସôବରେ ନିଜ ସଙ୍ଗୀତରେ ଦର୍ଶକଙ୍କୁ ମତୁଆଲା କରିବେ ଇଣ୍ଡିଆଜ୍ ର’ ଷ୍ଟାରର ବିଜେତା ଋତୁରାଜ ମହାନ୍ତି ।

ପରେ ବଲିଉଡରେ ବହୁ ଗୀତ ଗାଇ ଲୋକପ୍ରିୟତା ହାସଲ କରିଥିବା ଦଲେର୍ ମେହେନ୍ଦି ନଭେମ୍ବର ୧୬ ତାରିଖରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ ।

ସେହିପରି ନଭେମ୍ବର ୧୭ରେ ଗୀତ ପରିବେଷଣ କରିବେ ଅନ୍ୟତମ ସଫଳ ଗାୟିକା ସୋନା ମହାପାତ୍ର । ଏହାବ୍ୟତିତ ଓଲିଉଡ ଇଣ୍ଡଷ୍ଟି୍ରର ଇରା ମହାନ୍ତି, ଅସୀମା ପଣ୍ଡା, ହୁ୍ୟମାନ ସାଗରଙ୍କ ସମେତ ଗୁଡଲି ରଥ ମଧ୍ୟ ସଙ୍ଗୀତ ପରିବେଷଣ କରିବେ ।

ଏହାବ୍ୟତିତ ୧୧୨ଟି ଅନୁଷ୍ଠାନ ତଥା ବ୍ୟକ୍ତିଗତ କଳାକାର ମଧ୍ୟ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।

ତେବେ ଆଗାମୀ ୧୨ ତାରିଖରେ ଐତିହାସିକ ‘ବାଲିଯାତ୍ରା’କୁ ଉଦଘାଟନ୍ କରିବେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ।

Leave A Reply

Your email address will not be published.