ବେଙ୍ଗଳୁରୁ: NEET ମେଡିକାଲ ଓ JEE ଣ୍ଟ୍ରାନ୍ସରେ ବେଶ୍ ନାଁ କରିଥିବା କୋଚିଂ ସେଣ୍ଟର ଆକାଶ ଇନ୍ଷ୍ଟିଚ୍ୟୁଟ ବିକ୍ରି ହୋଇ ଯାଇଛି । ଅନଲାଇନ୍ ପାଠପଢାର ଷ୍ଟାର୍ଟ ଅପ୍ ବାଇଜୁସ୍ ଏହି କୋଚିଂ ସେଣ୍ଟରକୁ ୧ ବିଲିୟନ ଡଲାର ଅର୍ଥାତ ୧୦୦ କୋଟି ଡଲାରରେ କିଣିଛି । ଶିକ୍ଷା କ୍ଷେତ୍ରରେ ଏହା ଏକ ବହୁତ ବଡ ବିଜନେସ୍ ଡିଲ୍ ବୋଲି କୁହା ଯାଉଛି । ୩-୪ ମାସରେ ଏହି ଡିଲ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବ ।
ସାରା ଦେଶରେ ଆକାଶ ଇନଷ୍ଟିଚ୍ୟୁଟର ପ୍ରାୟ ୨୦୦ ସେଣ୍ଟର ଅଛି । ଭୁବନେଶ୍ୱର ମଧୁସୂଦନ ନଗର ନିକୋ ପାର୍କ ପାଖରେ ମଧ୍ୟ ଏହାର ଏକ ଶାଖା ଅଛି । ସଂସ୍ଥାର ୱ୍ୱେବସାଇଟ୍ ଅନୁସାରେ ଆକାଶରେ ପ୍ରାୟ ୨ ଲକ୍ଷ ୫୦ ହଜାର ପିଲା କୋଚିଂ ନେଉଛନ୍ତି ।
ବେଙ୍ଗଲୁରୁରେ ଥିବା ବାଇଜୁସ୍ର ମାର୍କେଟ ମୂଲ୍ୟ ହେଲା ୧୨୦୦ କୋଟି ଡଲାର । ଏଥିରେ ଫେସବୁକର ମାଲିକ ମଧ୍ୟ ପୁଂଜି ନିବେଶ କରିଛନ୍ତି ।
ଆକାଶ ଇନଷ୍ଟିଚ୍ୟୁଟକୁ ବାଇଜୁସ୍ କିଣିବା ପରେ ଏହି କୋଚିଂ ସେଣ୍ଟରର ପ୍ରତିଷ୍ଠାତା ତଥା ଏହାର ପରିଚାଳନା କରୁଥିବା ଚୌଧୁରୀ ପରିବାର ଏଥିରୁ ପୁରା ଓହରିଯିବେ ।
ବାଇଜୁସ୍ ଆପ୍ ବିଜୁ ରବୀନ୍ଦ୍ରନ୍ ନାମକ ଜଣେ ଶିକ୍ଷକ ପ୍ରତିଷ୍ଠା କରିଛନ୍ତି । ଏହି ଆପ୍ ଜରିଆରେ କିଣ୍ଟରଗାର୍ଡେନରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀର ପିଲାଙ୍କୁ ଆପ୍ ମାଧ୍ୟମରେ ପାଠ ପଢା ଯାଏ । ପ୍ରାୟ ୭ କୋଟି ପିଲା ବାଇଜୁସ୍ ଆପ୍ ବ୍ୟବହାର କରୁଥିବା ଏହି ସଂସ୍ଥା ଦାବି କରେ ।
BREAKING NEWS
- କଳିଙ୍ଗା ଘାଟିରେ ‘ସତର୍କ ସୂଚନା ଘଣ୍ଟି’ ଉଦ୍ଘାଟିତ
- କୋହଲି ଅହଙ୍କାରୀ କି ନୁହେଁ କହିଲେ ସାଥୀ ଖେଳାଳି
- କୋର୍ଟକୁ ଆସିଲେନି ପିୟୂଷ
- ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶା ରନର୍ସଅପ୍
- ରୋଗୀ ମୃତ୍ୟୁ ପରେ ମେଡିକାଲରେ ହାଇଡ୍ରାମା
- ବାପାଙ୍କ ସମର୍ଥନରେ ବାହାରିଲେ ସୋଫିଆ
- ୨୦୦କୁ ବଢିପାରେ ବିଧାନସଭା ସିଟ୍ ସଂଖ୍ୟା
- ଜମ୍ମୁରେ ଆତଙ୍କବାଦୀଙ୍କ ସାଟେଲାଇଟ୍ ଯୋଗାଯୋଗ ଟ୍ରାକ୍; ଭାରତୀୟ ସେନାର ସର୍ଚ୍ଚ ଅପରେସନ୍ ଆରମ୍ଭ
- Accident Rate: ବର୍ଷକୁ ଦେଶରେ ଘଟୁଛି ୫ ଲକ୍ଷ ଦୁର୍ଘଟଣା, ରାଜ୍ୟରେ ଜାଣନ୍ତୁ କେତେ…
- ପାକ୍ସ ସିଲିକାର ପୂର୍ଣ୍ଣକାଳୀନ ସଦସ୍ୟ ହେବ ଭାରତ, ଜାଣନ୍ତୁ କଣ…
Comments are closed.