Latest Odisha News

BREAKING NEWS

ରାଜ୍ୟରୁ ୨୪ ଘଣ୍ଟାରେ ୨୧୦ କରୋନା ପଜିଟିଭ୍, ୫ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ କମିଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରତିଦିନ ଏବେ ଅଢ଼େଇ ଶହ ଭିତରେ ନୂଆ ଆକ୍ରାନ୍ତ ବାହାରୁଛନ୍ତି । ଗତ ୨୪ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୧୦ ଜଣ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୨୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୮ଟି । ୨୫ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୩୦ ଜଣ ପଜିଟିଭ ବାହାରିଛନ୍ତି ।

ଅନୁଗୋଳ ଜିଲ୍ଲାରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ଆଉ ୨୪ ଜଣ । ସମ୍ୱପୁରରେ ୧୬, କଟକରୁ ୧୪, ଏବଂ ଝାରସୁଗୁଡ଼ା ଓ ଖୋର୍ଦ୍ଧା ଜିଲ୍ଲାରୁ ୧୩ ଜଣ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀ ଜିଲ୍ଲାରୁ ଆଉ ୧୦ ଜଣ ପଜିଟିଭ୍ ବାହାରିଛନ୍ତି । ବାକି ୧୮ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଭିତରେ ରହିଛି ।

ପାଞ୍ଚଟି ଜିଲ୍ଲା ବୌଦ୍ଧ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଓ ନୟାଗଡ଼ ଜିଲ୍ଲାରୁ କେହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୨ହଜାର ୫୪୧କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୨୮ହଜାର ୪୫୨ ଆକ୍ରାନ୍ତ । ଏବେ ରାଜ୍ୟରେ ୨ହଜାର ୧୪୧ଟି ଆକ୍ଟିଭ୍ କେସ୍ ରହିଛି ।

ଗତ ୨୪ ଘଣ୍ଟାରେ ମହାମାରୀ ରାଜ୍ୟରୁ ଆଉ ଜଣଙ୍କର ଜୀବନ ନେଇଛି । ଭୁବନେଶ୍ୱରରେ ଜଣେ ୭୦ ବର୍ଷୀୟ ବୃଦ୍ଧ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧,୮୯୫କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.