Latest Odisha News

ଗଛରେ ପିଟିହେଲା ସ୍କର୍ପିଓ: ଜଣେ ମୃତ, ୭ରୁ ଅଧିକ ଆହତ

ନବରଙ୍ଗପୁର: ଭାରସାମ୍ୟ ହରାଇ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଆଜି ଭୋରରୁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ବାବାଜିଗୁଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଦୁର୍ଘଟଣାରେ ମୃତ୍ୟବରଣ କରିଥିବା ବ୍ୟକ୍ତିଙ୍କ ନାଁ ଆଶିଷ କୁମାର । ସମସ୍ତ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୩ ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ସ୍କର୍ପିଓ ଗାଡ଼ିଟି ୧୦ ଜଣ ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦରୁ ଝାଡ଼ଖଣ୍ଡ ଅଭିମୁଖେ ଆସୁଥିଲା । ନବରଙ୍ଗପୁର ଦେଇ ଆସିବା ରାସ୍ତାରେ ଦୁର୍ଘଟଣାର ଶିକାର ହେଲା । ରାସ୍ତାକଡ଼ରେ ଥିବା ଗଛରେ ଜୋରରେ ଧକ୍କା ଦେଇଥିଲା । ଗାଡ଼ିର ଆଗ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଛି ।

Leave A Reply

Your email address will not be published.