Latest Odisha News

BREAKING NEWS

Browsing Tag

Byelection

ଝାରସୁଗୁଡ଼ା ଉପ-ନିର୍ବାଚନ, ଓପିସିସିକୁ ୩ଜଣଙ୍କ ନାଁ ସୁପାରିସ, ଖୁବଶୀଘ୍ର କଂଗ୍ରେସର ପ୍ରାର୍ଥୀ ଘୋଷଣା

ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ଖୁବଶୀଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଆଶାୟୀ ୬ଜଣ ପ୍ରାର୍ଥୀଙ୍କ ଭିତରୁ ବିଜୟୀ ସମ୍ଭାବନା ଥିବା ୩ଜଣଙ୍କ ନାଁ ପ୍ରଦେଶ କଂଗ୍ରେସ କମିଟିକୁ ସୁପାରିସ କରାଯାଇଛି ଓ ଏଆଇସିସି…

ଟିକେଟ୍ ପାଇବା ପରେ ନବୀନଙ୍କୁ ଧନ୍ୟବାଦ ଦେଲେ ଦୀପାଳି, କହିଲେ ‘ଆଶୀର୍ବାଦରୁ ବିପୁଳ ଭୋଟରେ ଜିତିବୁ’

ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ବିଜେଡି ଟିକେଟ୍ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଦୀପାଳି ଦାସ । କହିଛନ୍ତି , ମୋ ଉପରେ ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ମୋର ଧନ୍ୟବାଦ । ଏଥିସହ ଦୀପାଳି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାମ ସବୁ ଲୋକଙ୍କ ପାଖରେ…

ଦୀପାଳିଙ୍କ ପ୍ରାର୍ଥୀତ୍ୱ ନେଇ ପ୍ରମିଳାଙ୍କ ଦମ୍ଭୋକ୍ତି, କହିଲେ; ୫୦ ହଜାରରୁ ଅଧିକ ଭୋଟରେ ଜିତିବ ବିଜେଡି

ଭୁବନେଶ୍ବର : ଝାରସୁଗୁଡା ଉପ ନିର୍ବାଚନ ପାଇଁ ଶାସକ ବିଜେଡି ଶୁକ୍ରବାର ପ୍ରାର୍ଥୀ ଘୋଷଣା କରିଛି । ଦିବଂଗତ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଶାସକ ଦଳ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ନବୀନ ପଟ୍ଟନାୟକ ଦୀପାଳିଙ୍କ ଉପରେ…

ଝାରସୁଗୁଡାରେ ବିଜେଡିର ବଡ଼ ବିଜୟ ନେଇ ଦେବୀଙ୍କ ଦୃଢୋକ୍ତି, ସମାଲୋଚନା କଲେ ସାଲୁଜା

ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନ ତାରିଖ ଘୋଷଣା ସହ ସରଗରମ ହୋଇଛି ରାଜନୈତିକ ମାହୋଲ । ଉପନିର୍ବାଚନରେ ବିଜେଡିର ବଡ଼ ବିଜୟ ହେବ ବୋଲି ଗୁରୁବାର ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର। ଦେବୀ କହିଛନ୍ତି, ଲୋକେ ମନସ୍ଥ କରି ସାରିଛନ୍ତି ବିଜେଡିକୁ ଭୋଟ ଦେବା…

ଝାରସୁଗୁଡା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍, ମେ’ ୧୦ରେ ଭୋଟ୍ ଓ ମେ’ ୧୩ରେ ଗଣତି

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ ଆୟୋଗ ଆଜି ଉପନିର୍ବାଚନ ନେଇ ତାରିଖ ଘୋଷଣା ସହ ଝାରସୁଗୁଡା ଉପନିର୍ବାଚନ ପାଇଁ ବାଜିଛି ଇଲେକସନ୍ ବିଗୁଲ । ଉପ-ନିର୍ବାଚନ ନେଇ ବୁଧବାର ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ସିଇସିଙ୍କ ଘୋଷଣା ଅନୁସାରେ ଏପ୍ରିଲ ୧୩ ତାରିଖରେ…

୧୫ ରାଉଣ୍ଡ ସୁଦ୍ଧା ଟ୍ରେଣ୍ଡ ଜାରି ରଖିଛି ବିଜେଡି

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ଫଳାଫଳ । ୧୫ ରାଉଣ୍ଡ ସରିଛି ଭୋଟ୍ ଗଣତି । ଏଯାବତ୍ ଫଳାଫଳ ଅନୁସାରେ, ମାଡ଼ି ମାଡ଼ି ଚାଲିଛି ବିଜେଡି ।  ପ୍ରତି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ଆଗରେ ରହୁଛନ୍ତି ।…

ଆଜି ପଦ୍ମପୁର ଉପନିର୍ବାଚନ ଫଳାଫଳ, ୨୩ ରାଉଣ୍ଡରେ ଗଣତି

ପଦ୍ମପୁର: ଆଜି ଆସିବ ପଦ୍ମପୁର ଉପନିର୍ବାଚନ ଫଳ । ଆଉ କିଛି ସମୟର ଅପେକ୍ଷା । ଟ୍ରେଣ୍ଡ ଧୀରେ ଧୀରେ ବଢିବା ସହିତ ଫଳାଫଳ ଜଣାପଡିବ । ମୋଟ ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି । ସାଢେ ୮ଟାରେ ଇଭିଏମ ଭୋଟ୍ ଗଣତି ହେବ ।…

ଜମୁଛି ପ୍ରଚାର: ଆଜି ପଦ୍ମପୁର କ୍ୟାମ୍ପେନରେ ଯିବେ ୨ କେନ୍ଦ୍ରମନ୍ତ୍ରୀ

ପଦ୍ମପୁର: ଜମୁଛି ପଦ୍ମପୁର ପ୍ରଚାର  । କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟର ହେଭିଓ୍ୱେଟ ନେତା ଓ ମନ୍ତ୍ରୀ ବରଗଡ଼ ଜିଲ୍ଲା ପଦ୍ମପୁରରେ ପକାଉଛନ୍ତି ଡେରା । ଭୋଟ୍ ତାରିଖ ଯେତିକି ପାଖଉଛି, ପ୍ରଚାର ପାଇଁ ସେତିକି ଜୋର ଦେଉଛନ୍ତି ଦଳ । ମୈଦାନରେ ପ୍ରାର୍ଥୀ ଓ ପ୍ରଚାରକ । ୭ଜଣ…

ଓଡ଼ିଶାର ପଦ୍ମପୁର ସହ ୫ ରାଜ୍ୟରେ ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ : ଦେଶର ୫ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବାଚନର ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ  । ଡିସେମ୍ୱର ୫ ତାରିଖରେ ଉପନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡିକ ହେଉଛି ଓଡିଶା, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ ଓ ଛତିଶଗଡ । ଡିସେମ୍ୱର ୮ ତାରିଖରେ…

ଧାମନଗର: ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍

ଧାମନଗର :  ସରିଲା ଧାମନଗର ଉପନିର୍ବାଚନ । ୪୬ ନମ୍ୱର ବିଧାନସଭା ଆସନ ପାଇଁ ପଡିଲା ଭୋଟ୍ । ଇଭିଏମରେ ସିଲ୍ ହେଲା ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୫୮.୫୩ ପ୍ରତିଶତ ମତଦାନ ହୋଇଛି । ବିଭିନ୍ନ ବୁଥରେ ଭିଡ଼ ଥିବାରୁ ୬ଟା ପରେ ବି ମତଦାନ ଜାରି ରହିବ । କୌଣସି ବୁଥରେ…