Latest Odisha News

BREAKING NEWS

‘ଦେଶରେ ସିଏଏ ଲାଗୁ: ମୁସଲିମଙ୍କ ସ୍ବାର୍ଥ ବିରୋଧୀ’

ନୂଆଦିଲ୍ଲୀ: ଗତକାଲି ଦେଶରେ ସିଏଏ ଲାଗୁ କରିଛନ୍ତି ଗୃହମନ୍ତ୍ରାଳୟ । ଦ୍ବିତୀୟ ଦିନ ଅର୍ଥାତ ଆଜି ଏହାକୁ ବିରୋଧ କରି ମୁସଲିମ୍ ସଂଗଠନ ସୁପ୍ରିମକୋର୍ଟ ପହଞ୍ଚିଛନ୍ତି । ଇଣ୍ଡିଆ ୟୁନିଅନ୍ ମୁସଲିମ୍ ଲିଗ୍ ଏବଂ ଡେମୋକ୍ରାକ୍ଟିକ୍ ୟୁଥ ଫ୍ରେଡେରେସନ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଏହି ଆଇନ୍ ଦ୍ବାରା ମୁସଲିମଙ୍କ ପ୍ରତି ଭେଦଭାବ କରାଯାଇଛି । ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏନଡିଏ ସରକାର ଏହି ଆଇନ୍ ଲାଗୁ କରିବାର ନଥିଲା ବୋଲି ମଧ୍ୟ କୁହାଯାଇଛି । ଦେଶର ବୃହତ୍ତମ କୋର୍ଟରେ IUML ଦେଇଥିବା ଆବେଦନରେ CAA କୁ ଅସାମ୍ବିଧାନିକ ଘୋଷଣା କରାଯାଇଛି । ମୁସଲମାନ ସଂଗଠନ ପକ୍ଷରୁ ଏହି ସମୟ ମଧ୍ୟରେ ସିଏଏ ଆାଇନ ରୋକିବାକୁ ଦାବି କରାଯାଇଛି ।

ବିବାଦରେ ଥିବା ସିଏଏ ଆକ୍ଟ ଲାଗୁ ହେବା ପରେ ପାକିସ୍ତାନ, ବାଲାଂଦେଶ, ଏବଂ ଆଫଗାନିସ୍ତାନରୁ ୩୧ ଡିସେମ୍ବର ୨୦୧୪, ପୂର୍ବରୁ ଭାରତ ଆସିଥିବା ଅଣ ମୁସଲମାନ ପ୍ରବାସୀମାନଙ୍କୁ ନାଗରିକତ୍ୱ ଦିଆଯାଇପାରିବ । ସିଏଏ ନିୟମାବଳୀ ପ୍ରକାଶ ପାଇବା ପରେ ମୋଦୀ ସରକାର ଏହି ତିନୋଟି ଦେଶରୁ ନିର୍ଯାତିତ ଅଣ-ମୁସଲମାନ ପ୍ରବାସୀ (ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାରସୀ, ଏବଂ ଖ୍ରୀଷ୍ଟିଆନ)ମାନଙ୍କୁ ଭାରତୀୟ ନାଗରିକତ୍ୱ ଦେବା ଆରମ୍ଭ କରିବେ । ଲୋକସଭା ନିର୍ବାଚନ ପୂର୍ବରୁ ଏହି ଆଇନ ଲାଗୁ କରିବାକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି ।

୨୦୧୯ ଡିସେମ୍ବର ମାସରେ ସଂସଦରେ ପାରିତ ହୋଇଥିଲା ଏହି ବିଲ । ସିଏଏକୁ ରାଷ୍ଟ୍ରପତି ମଧ୍ୟ ମଞ୍ଜୁର ଦେଇଥିଲେ । ସେତେବେଳେ ଏହାକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଜୋରସୋରରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଡିସେମ୍ବର ୨୭, ୨୦୨୩ ରେ କହିଥିଲେ ଦେଶରେ ସିଏଏ କାର୍ଯ୍ୟକାରୀ ହେବାରେ କେହି ଅଟକାଇ ପାରିବେ ନାହିଁ କାରଣ ଏହା ହେଉଛି ଆଇନର ନିୟମ।

 

Leave A Reply

Your email address will not be published.