Latest Odisha News

BREAKING NEWS

ଫାର୍ମ ହାଉସରୁ ମିଳିଲା ୨୫ ମଣିଷ ଖପୁରୀ, ହାଡ

ବାଙ୍ଗାଲୋର: କର୍ଣ୍ଣାଟକର ଜୋଗନହଲ୍ଲୀ ଗ୍ରାମରେ ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ଏଠାରେ ଏକ ଫାର୍ମ ହାଉସରୁ ୨୫ଟି ମଣିଷ ଖପୁରୀ ମିଳିବା ସହ ଅନେକ ହାଡ ଜବତ ହୋଇଛି । ସ୍ଥାନୀୟ ଲୋକ ଓ ପୋଲିସ ଅଧିକାରୀ ମଧ୍ୟ ଏହାକୁ ଦେଖିବା ପରେ ସହଜରେ ବିଶ୍ୱାସ କରିପାରି ନ ଥିଲେ । ବଳରାମ ନାମକ ଏକ ବ୍ୟକ୍ତି ଗୁପ୍ତ ପୂଜା ପାଇଁ ଏ ସବୁକୁ ଏକତ୍ର କରୁଥିବା ଅନୁମାନ କରାଯାଉଛି । ବଳରାମଙ୍କୁ ରାତି ଅଧରେ ଶ୍ମଶାନରେ ପୂଜା କରୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ସେମାନେ ବଳରାମ ବ୍ଲାକ ମ୍ୟାଜିକ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପଂହଚି ତାଙ୍କୁ ଗିରଫ କରିଥିଲା ।

BjdElectrycity

ପଚରାଉଚରା ବେଳେ ବଳରାମଙ୍କ ଫାର୍ମ ହାଉସ ସମ୍ପର୍କରେ ପୋଲିସ ଜାଣି ପାରିଥିଲା । ସେଠାରେ ପୋଲିସ ଦେଖିବାକୁ ପାଇଥିଲା କେତେକ ଖପରୁରୀରେ ହଳଦିଆ, ନାଲି ଓ ଧଳା ରଙ୍ଗର ସୂତା ବନ୍ଧା ହୋଇଯାଇଛି । ଫୋରେନ୍ସିକ ସାଇନ୍ସ ଟିମ ସେଠାରେ ପଂହଚି ଖପୁରୀ ଓ ହାଡର ପରୀକ୍ଷଣ କରିବା ପାଇଁ ନେଇଛନ୍ତି । ଫାର୍ମ ହାଉସରେ ହାଡର ତିଆରି ଚୌକି ଓ ଖଟ ମଧ୍ୟ ରହିଥିଲା । ବଳରାମଙ୍କ କହିବା ଅନୁସାରେ ଏହି ଖପୁରୀ ତାଙ୍କ ପୂର୍ବ ପୁରୁଷଙ୍କର, ମାତ୍ର ପୋଲିସ ତାଙ୍କ କଥା ବିଶ୍ୱାସ କରି ନ ଥିଲା । ଜବତ ଖପୁରୀ ଓ ହାଡ ଅତି ବେଶୀରେ ୪ ରୁ ୫ ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.