Latest Odisha News

BREAKING NEWS

‘ସିଏଏ’ ସମର୍ଥନ ରାଲି: ସୁମିତ୍ରା ମହାଜନଙ୍କ ସହ ବହୁ ବିଜେପି ତୁଙ୍ଗ ନେତା ଗିରଫ

ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରରେ ନାଗରିକତା ସଂଶୋଧନ ଆଇନ ସମର୍ଥନରେ ଆଜି ଏକ ରାଲି ଆୟୋଜିତ ହୋଇଥିଲା । ଏହି ଅବସରରେ ବଜେପିର ବହୁ ତୁଙ୍ଗ ନେତାଙ୍କୁ ଗିରଫ କରାଯାଇଛି । ଏଥିରେ ବିଜେପି ସଂସଦ, ବିଧାୟକଙ୍କ ସମେତ ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନ ମଧ୍ୟ ସାମିଲ ହୋଇଛନ୍ତି ।ଗିରଫ ହୋଇଥିବା ନେତାଙ୍କ ଉପରେ ୧୪୪ ଧାରା ଉଲ୍ଲଂଘନ କରିବା ଅଭିଯୋଗ ଲାଗିଛି ।

BjdElectrycity

ସୂଚନା ମୁତାବକ କମଲନାଥ ସରକାରଙ୍କ ବିରୋଧରେ ଆଜି ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା । ରାଜ୍ୟ ସରକାରଙ୍କ ଦମନ ନୀତିର ପ୍ରତିବାଦ କରି ବିଜେପି ନେତା ଓ କର୍ମୀ ଜିଲ୍ଲାପାଳଙ୍କ ଅଫିସ ଆଡକୁ ମାଡିଆସିଥିଲେ । ଏହି ସମୟରେ ପୋଲିସ ସେମାନଙ୍କ ବାଟ ଓଗାଳିଥିଲା । ଆନ୍ଦୋଳନକାରୀମାନେ ବାରିକେଡ ଭାଙ୍ଗି ଜିଲ୍ଲାପାଳଙ୍କ ଅଫିସ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ସେମାନଙ୍କୁ ଗିରଫ କରିଛି ।

ଶୁକ୍ରବାର ଆୟୋଜିତ ହୋଇଥିବା ସିଏଏ ସମର୍ଥନ ରାଲିକୁ ସମ୍ବୋଧିତ କରି ସୁମିତ୍ରା ମହାଜନ କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ କେନ୍ଦ୍ର ପ୍ରଣୟନ କରିଛି । ଏହି ଆଇନକୁ ରାଜ୍ୟଗୁଡିକ ସ୍ୱୀକାର କରିବାକୁ ପଡିବ । ବିରୋଧୀ ଲୋକଙ୍କୁ ଉତେଜିତ କରିବାକୁ ବନ୍ଦ କରନ୍ତୁ । ସମ୍ବିଧାନ, କେନ୍ଦ୍ର କେଉଁ ଆଇନ ଏବଂ ରାଜ୍ୟ କେଉଁ ଆଇନ ପ୍ରଣୟନ କରିବ ତାର ଅଧିକାର ଦେଇଛି । ସେହି ଅଧିକାର ମାଧ୍ୟମରେ କେନ୍ଦ୍ର ସରକାର ଆଇନ ପ୍ରଣୟଣ କରିଛନ୍ତି ବୋଳି କହିଥିଲେ ସୁମିତ୍ରା ମହାଜନ ।

Leave A Reply

Your email address will not be published.