Latest Odisha News

BREAKING NEWS

ଥାଇଲ୍ୟାଣ୍ଡ ଫେରନ୍ତାଙ୍କ ଠାରୁ ଲୁଟ୍ କରି ବନ୍ଧା ହେଲେ କ୍ୟାବ୍‌ ଡ୍ରାଇଭର; ଏପରି କରିଥିଲେ ଲୁଟ୍ ପ୍ଲାନ୍…

ଭୁବନେଶ୍ବର:ବନ୍ଧା ହେଲେ କ୍ୟାବ୍‌ ଡ୍ରାଇଭର । ଥାଇଲ୍ୟାଣ୍ଡ ଫେରନ୍ତାଙ୍କ ଠାରୁ ଲୁଟ୍ କରି ବନ୍ଧା ହେଲେ କ୍ୟାବ୍‌ ଡ୍ରାଇଭର । ଚନ୍ଦ୍ରଶେଖରପୁର ଥାନା ପୋଲିସ ଡ୍ରାଇଭରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନାଗେଶ୍ବର ପରମାଣିକ । ଘର କୁଆଁପାଲି ମାହାଙ୍ଗା ଅଞ୍ଚଳର ।

ଏଥିସହ ଲୁଟ୍ ହୋଇଥିବା ୨୦ ଲକ୍ଷ ଟଙ୍କାର ହୀରା, ସୁନା ଓ ବିଦେଶୀ ମୁଦ୍ରା ଜବତ ହୋଇଛି। ବୁଧବାର ରାତିରେ ଜଣେ ଥାଇଲ୍ୟାଣ୍ଡ ଫେରନ୍ତା କଟକ ସିଡିଏକୁ କ୍ୟାବ୍ ବୁକ୍ କରି ଯିବା ବେଳେ ଲୁଟ୍ ର ଶିକାର ହୋଇଥିଲେ।

ସୂଚନାମୁତାବକ, ଗତକାଲି ବ୍ୟାଙ୍କକରୁ ଭାୟା ଗୋଆ ଦେଇ ଭୁବନେଶ୍ୱର ଫେରିଥିଲେ ଅମନ ଅଗ୍ରୱାଲ । ଅନଲାଇନ କ୍ୟାବ ବୁକ୍ କରି ଭୁବନେଶ୍ବର ବିମାନବନ୍ଦରରୁ ଧରିଥିଲେ କ୍ୟାବ । ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ପାଖରେ ସିଏନଜି ଭରିବା ଆଳ ଦେଖାଇ ଗାଡିରୁ ଯାତ୍ରୀଙ୍କୁ ଓହ୍ଲାଇ ଦେଇଥିଲା । ପରେ ଦ୍ରୁତ ବେଗରେ ଗାଡିରେ ଥିବା ବ୍ୟାଗ ନେଇ ଚମ୍ପଟ ମାରିଥିଲା । ସେହି ବ୍ୟାଗରେ ହୀରା ମୁଦି ସହ ବିଦେଶ ଟଙ୍କା ପାସପୋର୍ଟ , ଭାରତୀୟଟଙ୍କା ଆଦି ରହିଥିଲା ।
ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ ଅମନ । ତେବେ ଅଭିଯୋଗକାରୀଙ୍କ ଅଭିଯୋଗ ପରେ ଆଠ ଘଣ୍ଟା ମଧ୍ୟରେ କ୍ୟାବ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ସୂଚନାଥାଉକି କ୍ୟାବ୍‌ ଡ୍ରାଇଭର ଜଣକ ପେଷାଦାର ଅପରାଧୀ । ତାଙ୍କ ନାଁରେ ପୂର୍ବରୁ ୪ଟି ମାମଲା ରହିଛି ।

Leave A Reply

Your email address will not be published.