Latest Odisha News

ପୁରୀ ଜିଲ୍ଲାରେ ୪ ମେଗା ପାନୀୟ ଜଳ ପ୍ରକଳ୍ପ: କ୍ୟାବିନେଟରେ ମଂଜୁର ହେଲା ୬୩୯ କୋଟି ୧୬ ଲକ୍ଷ

ପୁରୀ: ଜଳ ଜୀବନ ଯୋଜନାରେ ପୁରୀ ଜିଲ୍ଲାରେ ତିଆରି ହେବ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପ | ଏହି ପ୍ରକଳ୍ପ ପାଇଁ ରାଜ୍ୟ କ୍ୟାବିନେଟ ୬୩୯ କୋଟି ୧୬ ଲକ୍ଷ ଟଙ୍କା ମଂଜୁର କରିଛନ୍ତି  । ଏହି ପ୍ରକଳ୍ପକୁ ଗତକାଲି କ୍ୟାବିନେଟରେ ମିଳିଛି ମଞ୍ଜୁରୀ ।

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପୁରୀ ଜିଲ୍ଲାର ୭ ବ୍ଲକ ଅଧୀନ ୯୨ ପଂଚାୟତର ୪୯୮ ଗ୍ରାମର ୪ ଲକ୍ଷ 60 ହଜାର ୬୧୨ ଜଣ ଲୋକ ଉପକୃତ ହେବେ ବୋଲି ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ସୂଚନା ଦେଇଛନ୍ତି  । ଏହି ପ୍ରକଳ୍ପ ଜରିଆରେ ନଦୀ ପାଣିକୁ ବିଶୋଧନ କରି ପୁରୀ ଜିଲା ବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ଲକ୍ଷ୍ୟ ରଖାଯାଇଛି  ।ଏହି ପ୍ରକଳ୍ପ ଜରିଆରେ ପୁରୀ ସଦର ବ୍ଲକ ଅଧୀନ ୨୯ ଟି ପଂଚାୟତର ୧୩୯ ଗାଁ ର ୧ ଲକ୍ଷ ୩୮ ହଜାର ୫୪୨ ଜଣ ଲୋକ ଉପକୃତ ହୋଇପାରିବେ ।

ସେହିପରି ଗୋପ ବ୍ଲକର ୨୧ ପଂଚାୟତ ଅଧୀନ ୧୩୫ ଟି ଗାଁ ର ୧ ଲକ୍ଷ ୧ ହଜାର ୭୭୦ ଜଣ, କାକଟପୁର ବ୍ଲକର ୧୦ ଟି ପଂଚାୟତ ଅଧୀନ ୬୪ ଟି ଗାଁ ର ୫୩  ହଜାର ୯୮୨ ଜଣ, ଡେଲାଙ୍ଗ ବ୍ଲକ ୧୬ ଟି ପଂଚାୟତ ଅଧୀନ ୭୮ଟି ଗାଁ ର ୮୬ ହଜାର ୫୦୨, ଅସ୍ତରଙ୍ଗ ବ୍ଲକର ୧୧ ଟି ପଂଚାୟତର ୬୮ ଗାଁ ର ୫୯ ହଜାର ୭୭୨ ଜଣ, ସତ୍ୟବାଦୀ ବ୍ଲକର ୩ ଟି ପଂଚାୟତ ଅଧୀନ ୮ଟି ଗାଁ ର ୧୪ ହଜାର ୬୪୦ ଜଣ, ନିମାପଡା ବ୍ଲକ ୨ଟି ପଂଚାୟତ ଅଧୀନ ୬ଟି ଗାଁ ର ୫ ହଜାର ୪୦୫ ଜଣ ଉପକୃତ ହୋଇପାରିବେ ।

ଆସନ୍ତା ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାମ ଶେଷ ହେବ ବୋଲି ଶ୍ରୀ ମହାନ୍ତି ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ କ୍ରୀଡା ମନ୍ତ୍ରୀ ତଥା କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଓ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ଉପସ୍ଥିତ ଥିଲେ |

Leave A Reply

Your email address will not be published.