Latest Odisha News

BREAKING NEWS

ରୁଦ୍ରପ୍ରୟାଗରେ ଭୂ-ସ୍ଖଳନ: ୫ ଶ୍ରଦ୍ଧାଳୁ ମୃତ

ଡେରାଡୁନ୍; ଉତ୍ତରାଖଣ୍ଡରେ ବଡ ଧରଣର ଦୁ୍ର୍ଘଟଣା । ରୁଦ୍ରପ୍ରୟାଗ ଚୌକି ଫାଟା ଅନ୍ତର୍ଗତ ତରସାଲୀ ନିକଟରେ ଭୂ-ସ୍ଖଳନ ହୋଇଛି । ଭୂ-ସ୍ଖଳନ କାରଣରୁ ୫ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଶ୍ରଦ୍ଧାଳୁମାନେ ଗୁଜୁରାଟର ବୋଲି ଜଣାପଡିଛି । କେଦାରନାଥ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ , ତାଲସାଲୀରେ ଭୂ-ସ୍ଖଳନ ହେବା ଫଳରେ ଏହ ବିରାଟ ପଥର ଖଣ୍ଡ ପାହାଡରୁ ଖସି କାର୍ ଉପରେ ପଡିଥିଲା । ଫଳରେ କାରଟି ପଥର ଖଣ୍ଡ ଦ୍ଵାରା ଚାପି ହୋଇରହିଥିଲା । ଖବରପାଇ ଘଟଣାସ୍ଥଳରେ ରେସକ୍ୟୁ ଟିମ୍ ପହଞ୍ଚି ଧ୍ଵଂସାବଶେଷ ତଳୁ କାର ସହ ୫ଜଣଙ୍କର ମୃତଦେହ ଉଦ୍ଧାର କରିଥିଲେ । ଘଟଣାକୁ ନେଇ ଏବେ ତଦନ୍ତ ଜାରି ରହିଛି ।

ରୁଦ୍ରପ୍ରୟାଗ ସମେତ ଉତ୍ତରାଖଣ୍ଡର ଅଧୀକାଂଶ ଜିଲ୍ଲାରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି । ବାଦଲଫଟା ବର୍ଷା ସହ କିଛି ସ୍ଥାନରେ ଭୂ-ସ୍ଖଳନର ସୂଚନା ମଧ୍ୟ ମିଳିଛି । ସେପଟେ ରୁଦ୍ରପ୍ରୟାଗରେ ଭୂ-ସ୍ଖଳନ କାରଣରୁ ଗତକାଲି କେଦାରନାଥ ଧାମ ଓ ଗୁପ୍ତକାଶୀ-ଗୌରୀକୁଣ୍ଡ ରାଜମାର୍ଗରେ ଯାତାୟତ ପ୍ରଭାବିତ ହୋଇଥିଲା । ପାହାଡରୁ ପଥର ଖଣ୍ଡ ଖସିବା କାରଣରୁ ପ୍ରାୟ ୬୦ମିଟର ରାସ୍ତା ନଷ୍ଟ ହୋଇଯାଇଛି । ପୋଲିସ ଓ ପ୍ରଶାସନ ପକ୍ଷରୁ ରାସ୍ତା ମରାମତି କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.