Latest Odisha News

BREAKING NEWS

ଖୁସି ଖବର; ୨% ମହଙ୍ଗା ଭତ୍ତା ବଢାଇଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୨% ବୃଦ୍ଧି କରିଛନ୍ତି। ଏହା ସହିତ ବର୍ତ୍ତମାନ କେନ୍ଦ୍ର କର୍ମଚାରୀ ଓ ପେନସନଧାରୀଙ୍କ ଡିଏ ଓ ଡିଆର ୫୩% ରୁ ୫୫% କୁ ବୃଦ୍ଧି ପାଇବ।

ସୂଚନା ଅନୁଯାୟୀ, ଏହି ବୃଦ୍ଧି ସପ୍ତମ ବେତନ କମିଶନ ଅଧୀନରେ ହୋଇଛି। ଚଳିତ ବର୍ଷ ଜାନୁଆରୀ ପହିଲାରୁ ଏହି ବୃଦ୍ଧି ପିଛିଲା ଭାବେ ଲାଗୁ ହେବ । ନିକଟରେ ସରକାର ଅଷ୍ଟମ ବେତନ କମିଶନ ମଧ୍ୟ ଗଠନ କରିଛନ୍ତି। ତେବେ ନୂତନ ବେତନ କମିଶନର ସୁପାରିଶଗୁଡ଼ିକ ଜାନୁଆରୀ ୨୦୨୬ରୁ କାର୍ଯ୍ୟକାରୀ ହେବା ନେଇ ଆଶା କରାଯାଉଛି।

ଗତ ବର୍ଷ ଜୁଲାଇରେ ଶେଷଥର ପାଇଁ ଡିଏ ବଢ଼ିଥିଲା । ସେ ସମୟରେ ଡିଏ ୫୦ ପ୍ରତିଶତରୁ ବଢ଼ି ୫୩ ପ୍ରତିଶତରେ ପହଞ୍ଚିଥିଲା । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ କୋଟି କୋଟି କର୍ମଚାରୀ ଓ ପେନସନଧାରୀଙ୍କୁ ଫାଇଦା ମିଳିବ।

Comments are closed.