Latest Odisha News

ଗରିବ ଓ ଦିନ ମଜୁରିଆଙ୍କୁ ଘର ଯୋଗାଇବେ ସରକାର

ନୂଆଦିଲ୍ଲୀ: ସହରରେ ରହୁଥିବା ଗରିବ ଓ ପ୍ରବସୀଙ୍କ ପାଇଁ ମୋଦୀ ସରକାର ବଡ ଘୋଷଣା କରିଛନ୍ତି । ସୁଲଭ ମୂଲ୍ୟରେ ସହରରେ ରହୁଥିବା ଗରିବ ଦିନ ମଜୁରିଆ ଓ ପ୍ରବାସୀଙ୍କ ପାଇଁ ସରକାର ଘର ଯୋଗାଇ ଦେବେ । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ଓ ସିସିଇଏ ବୈଠକରେ ନିଷ୍ପତ୍ତି ନିଆଯାଇଛି।

କେନ୍ଦ୍ର ସରକାର ଏଥିପାଇଁ AHRCsକୁ ମଞ୍ଜୁରୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଗରିବ ଦିନ ମଜୁରିଆଙ୍କ ଏହି ଘର ତିଆରି ହେବ। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି। ମଜୁରିଆଙ୍କ ପାଇଁ ୧.୧୫ ଲକ୍ଷ ଘର ତିଆରି ହେବ। ଏହି ଘରେ ଗୋଟିଏ ବେଡ ରୁମ ଏବଂ ରୋଷେଇ ଘର ରହିବ।

ଏହି ଯୋଜନାରେ ପ୍ରାୟ ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ସରକାରୀ ପାଣ୍ଠିରୁ ତିଆରି ହେବ ଏହି ସବୁ ଘର। ଏହା ବ୍ୟତୀତ ୫୦ ପ୍ରତିଶତ ଅତିରିକ୍ତ FAR / FSI, ଟିକସ ରିଲିଫ୍ ଭଳି ବିଶେଷ ପ୍ରୋତ୍ସାହନ ପ୍ରଦାନ ଦେବେ ସରକାର।

Leave A Reply

Your email address will not be published.