Latest Odisha News

BREAKING NEWS

୩ ଦିନ ପାଇଁ ପାରଳାଖେମୁଣ୍ଡି ସଟଡାଉନ୍

ଗଜପତି: ରାଜ୍ୟରେ ହୁ ହୁ ବଢ଼ୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଆଗାମୀ ୩ ଦିନ ପାଇଁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରକୁ ସଟଡାଉନ୍ କରାଯାଇଛି । ଜିଲ୍ଲାପାଳ ଅନୁପମ୍‌ ଶାହା ଏପରି ପଦକ୍ଷେପ ନେଇଛନ୍ତି। ଆସନ୍ତା ଶୁକ୍ର, ଶନି ଓ ରବିବାର ସଟ୍‌ଡାଉନ୍‌ ସମୟରେ ସମସ୍ତ ଜରୁରୀକାଳିନ ସେବା ଜାରି ରହିବା ସହିତ ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରାଯିବ। ଏଥିସହିତ ସଟଡାଉନ୍‌ ଚାଲିଥିବା ବେଳେ ୬୦ଟି ମେଡିକାଲ ଟିମ୍‌ ଦ୍ୱାରା ସହରରେ ସ୍କ୍ରିନିଂ କରାଯିବ।

Leave A Reply

Your email address will not be published.