Latest Odisha News

BREAKING NEWS

ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ପିଏସୟୁ ଫେରେଇବେ ଖଣି, ଲାଗିବନି ଜରିମନା

ଗତ ବର୍ଷ ଡିସେମ୍ବର ସୁଦ୍ଧା ୪୫ଟି ଖାଦାନ ବନ୍ଦ ହୋଇପଡ଼ିଛ

ନୂଆଦିଲ୍ଲୀ: ପିଏସୟୁ ମାନଙ୍କ ନିକଟରେ ଥିବା ଖଣି ଲିଜକୁ ଫେରେଇବା ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାର ଆବଶ୍ୟକତାକୁ ଶୁକ୍ରବାର କେନ୍ଦ୍ର କ୍ୟାବିନେଟ କମିଟି ଅନୁମୋଦନ ଦେଇଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । କେନ୍ଦ୍ରୀୟ ଓ ରାଜ୍ୟ ପିଏସୟୁ ମାନଙ୍କ ନିକଟରେ ଥିବା ଅଚଳ ଖଣି ଗୁଡ଼ିକୁ ମନ୍ତ୍ରାଳୟକୁ ବିନା ଜରିମନାରେ ଫେରେଇ ଦେବାକୁ କୋଇଲା ମନ୍ତ୍ରାଳୟ କ୍ୟାବିନେଟ କମିଟିକୁ ପ୍ରସ୍ତାବ ଦେଇଥିଲା ।

ଏଗୁଡ଼ିକ ଫେରିଲେ, ଏହାକୁ ନୂଆ ଖଣି ନିଲାମି ନିୟମ ହିସାବରେ ପୁଣି ନିଲାମ କରି ଚଲେଇ ହେବ । ୨୦୧୪ରେ ସୁପ୍ରିମ କୋର୍ଟ କୋଇଲା ବ୍ଲକ୍ ଗୁଡ଼ିକୁ ବନ୍ଦ କରିବା ପରେ ବିଭିନ୍ନ ଥର୍ମାଲ ୟୁନିଟର କୋଇଲା ଅଭାବ ମେଣ୍ଟେଇବାକୁ କିଛି କେନ୍ଦ୍ରୀୟ ଓ ରାଜ୍ୟ ପିଏସୟକୁ ଏହି ଖଣି ଦିଆଯାଇଥିଲା ।

ହେଲେ, ଖାଦାନ ଗୁଡ଼ିକ ନେଇ ପିଏସୟୁ ମାନେ ଚଲେଇ ପାରିନାହାନ୍ତି । ଯେଉଁ ଲକ୍ଷ୍ୟ ରଖି ଦିଆଯାଇଥିଲା । ତାହା ପୂରଣ ହେଲାନି । ସେତେବେଳେ ଖଣି ଉତୋଳନ ଶୀଘ୍ର ଆବଶ୍ୟକ ଥିଲା, ହେଲେ ପିଏସୟୁମାନେ ବିଫଳ ହେଲେ । ଗତ ବର୍ଷ ଡିସେମ୍ବର ସୁଦ୍ଧା ୭୩ରୁ ୪୫ଟି ଖାଦାନ ବନ୍ଦ ହୋଇପଡ଼ିଛି । ପରିଚାଳନା ଗତ ବିଳମ୍ବରେ ଜରିମନା ଲଗେଇବା ଅନେକ କୋର୍ଟ କଚେରୀ ମାମଲା ହେଲା ବୋଲି ମନ୍ତ୍ରାଳୟ ଉଲ୍ଲେଖ କରିଥିଲା ।

ବନ୍ଦ ହୋଇଥିବା ଖଣି ଗୁଡ଼ିକୁ ପୁଣି ନିଲାମ କଲେ, କେନ୍ଦ୍ରକୁ ଅନେକ ଲାଭ ହେବ । ଦେଶରେ ନିବେଶ ବଢ଼ିବ, ନିଯୁକ୍ତି ବଢ଼ିବ, ପଛୁଆ ଅଞ୍ଚଳର ବିକାଶ ଅର୍ଥନୈତିକ ଅଭିବୃଦ୍ଧି ହେବ ବୋଲି କ୍ୟାବିନେଟ ଅନୁଧ୍ୟାନ କରିଛି ।

Comments are closed.