Latest Odisha News

BREAKING NEWS

କଭି ଇଦ କଭି ଦିୱାଲୀର ନିର୍ଦ୍ଦେଶନା ଦେବେ ସଲମାନ !

ମୁମ୍ବାଇ: କଭି ଇଦ କଭି ଦିୱାଲୀ ଫିଲ୍ମକୁ ନେଇ ବେଶ କିଛି ଦିନ ହେବ ଆଲୋଚନା ଜୋର ଧରିଛି । ସାଜିଦ ନାଡିୟାଡୱାଲା ଏହାର ପ୍ରଡକ୍ସନ ଦାୟିତ୍ୱରୁ ଓହରିଯାଇଥବା ଖବର ପ୍ରକାଶ ପାଇଥିଲା । ତାଙ୍କ ସ୍ଥାନରେ ସଲମାନ ଉଭୟ ପ୍ରଡ୍ୟୁସର ଓ ନିର୍ଦ୍ଦେଶନା ଭାର ସମ୍ଭାଳିବେ ବୋଲି ବଲିଉଡ ହଙ୍ଗାମାରେ ରିପୋର୍ଟ ପ୍ରକାଶ ପାଇଛି । ଫରହାଦ ସାମଜୀଙ୍କ ସହ ମିଶି ସଲମାନ ଏହାର ନିର୍ଦ୍ଦେଶନା ଦେବେ । ତେବେ ସଲମାନ ଏ ନେଇ କିଛି କହି ନାହାନ୍ତି । ତାଙ୍କର ଅତି ନିକଟତମ ପ୍ରଡ୍ୟୁସରଙ୍କ ମତରେ ଏବେ ନିକଟରେ ଯେତେ ବି ଫିଲ୍ମ ରିଲିଜ ହୋଇଛି ସେଥିରେ ଅଧିକାଂଶ ଦୃଶ୍ୟରେ ସଲମାନଙ୍କ ଭାଗୀଦାର ରହିଛି । ତାଙ୍କ ସହମତି ବିନା ଗୋଟିଏ ବି ଫ୍ରେମ ଫାଇନାଲ ଷ୍ଟେଜରେ ପଂହଚିପାରେ ନାହିଁ ।

ଈଂଶାଆଲ୍ଲାହ ଫିଲ୍ମ ବନ୍ଦ ହେବା ପଛରେ ଏହା ଏକ ପ୍ରମୁଖ କାରଣ ବୋଲି ସେ କହିଛନ୍ତି । ସଲମାନ ନିର୍ଦ୍ଦେଶନା ଦେବାକୁ ଚାହୁଁଥିବା ବେଳେ ସଂଜୟ ଲିଲା ଭଁସାଲୀ କିନ୍ତୁ ଏହା ଚାହୁଁ ନ ଥିଲେ । ବିବାଦୀୟ ପରିସ୍ଥିତି ଉପୁଜିବା ପୂର୍ବରୁ ଫିଲ୍ମକୁ ବନ୍ଦ କରି ଦିଆ ଯାଇଥିଲା ।

Leave A Reply

Your email address will not be published.