Latest Odisha News

BREAKING NEWS

ଭୂବିଜ୍ଞାନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ଆମେରିକା ମଧ୍ୟରେ ସ୍ବାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ

ନୂଆଦିଲ୍ଲୀ : ଭାରତୀୟ ଭୂତାତ୍ତ୍ବିକ ସର୍ଭେ ଓ ଆମେରିକାର ଫ୍ଲୋରିଡା ଆନ୍ତର୍ଜାତିକ ବିଶ୍ବବିଦ୍ୟାଳୟ ମଧ୍ୟରେ ଭୂବିଜ୍ଞାନ ସମ୍ପର୍କୀତ ସହଯୋଗ ନେଇ ହୋଇଥିବା ସ୍ବାକ୍ଷରିତ ବୁଝାମଣାପତ୍ରକୁ ମିଳିଛି ଅନୁମୋଦନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଏହି ବୁଝାମଣାପତ୍ରକୁ ଅନୁମୋଦନ ମିଳିଛି ।

ଉଭୟଙ୍କ ମଧ୍ୟରେ ସହଯୋଗ ପାଇଁ ଚିହ୍ନଟ ହୋଇଥିବା କ୍ଷେତ୍ର ଏହିପରି ହେବ –

୧ – ଭୂବୈଜ୍ଞାନିକ ଜ୍ଞାନର ବିକାଶ, ଭୂବିଜ୍ଞାନ ଓ ପୃଥିବୀର ଢ଼ାଞ୍ଚାଗତ ଆକାର, ବୈଶିଷ୍ଟ୍ୟ ତଥା ପରିବେଶ ନେଇ ଗବେଷଣା, ଭାରତ-ଏସୀୟ ମହାଦେଶୀୟ ଅଞ୍ଚଳରେ ହୋଇଥିବା ପରିବର୍ତ୍ତନ ତଥା ପୂର୍ବ-ହିମାଳୟ ପର୍ବତମାଳା ଅଞ୍ଚଳରେ ଭୂବିଜ୍ଞାନ ଓ ପୃଥିବୀର ଢାଞ୍ଚାଗତ ପରିବର୍ତ୍ତନ ଇତିହାସ ଉପରେ ଅଧ୍ୟୟନ ।

୨ – ଆଞ୍ଚଳିକ ଭୂତାତ୍ତ୍ବିକ, ଭୂ-ରସାୟନ, ପେଟ୍ରୋଲୋଜି ଓ ପ୍ରତ୍ୟେକ କ୍ଷେତ୍ରରେ ସମଗୁଣ ବିଦ୍ୟମାନ ତଥା ଲଦାଖର ଆଗ୍ନେୟ ଓ ରୂପାନ୍ତରିତ ଶିଳା ଅଧ୍ୟୟନ ସଂକ୍ରାନ୍ତ ସହଯୋଗ ।

୩ – ବୈଷୟିକ ଜ୍ଞାନ ଓ ଭୂବିଜ୍ଞାନ ତଥ୍ୟର ଆଦାନପ୍ରଦାନ

୪ – ପାରସ୍ପରିକ ସ୍ବାର୍ଥ ଅନ୍ୟାନ୍ୟ ବିଷୟ ଉଭୟ ପକ୍ଷଙ୍କ ସହମତିରେ ନିଷ୍ପତ୍ତି ହେବ

ଏହି ବୁଝାମଣାପତ୍ର ଯୋଗୁଁ ଭାରତୀୟ ଭୂତାତ୍ତ୍ବିକ ସର୍ଭେ ଓ ଫ୍ଲୋରିଡ। ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ମଧ୍ୟରେ ଆନୁଷ୍ଠାନିକ ସମନ୍ବୟ ବୃଦ୍ଧି ପାଇବ । ସେହିପରି ଭୂବୈଜ୍ଞାନିକ ଓ ରୂପାନ୍ତରିତ ଶିଳାର ପରିବେଶ ସମ୍ପର୍କରେ ଜ୍ଞାନ ଆହରଣ ସହ ଭାରତ-ଏସୀୟ ଅଞ୍ଚଳରେ ପରିବେଶ ଜନିତ ପରିବର୍ତ୍ତନର ଅନୁଧ୍ୟାନ କରିବା ଓ ପୂର୍ବ ହିମାଳୟ ଅଞ୍ଚଳରେ ଭୂତାତ୍ତ୍ବିକ ଇତିହାସର ଲିଖନ ଏହି ବୁଝାମଣାପତ୍ରର ମୁଖ୍ୟ ଉଦ୍ଦେଶ୍ୟ ।

Leave A Reply

Your email address will not be published.