Latest Odisha News

BREAKING NEWS

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ତହସିଲଦାରଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଗଜପତି : ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ କରୁଛି ଖୋଳତାଡ । ଗତକାଲି ଜଗୁଆଳି ଓ ମାଳିଙ୍କୁ ଜେରା ହୋଇଥିବା ବେଳେ, ଆଜି ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମାରାଥନ ପଚରାଉଚରା କରିଛି ତଦନ୍ତକାରୀ ଟିମ୍ । ସେହିପରି ଘଟଣା ଦିନ ମୃତ୍ୟୁକାଳୀନ ଜମାନବନ୍ଦୀ ନେଇଥିବା ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ତେବେ ଖୁବଶୀଘ୍ର ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ।

ତଦନ୍ତର ପଞ୍ଚମ ଦିନରେ ତଦନ୍ତକାରୀ ଟିମ୍ ସୌମ୍ୟଙ୍କୁ ଚିକିତ୍ସା କରିଥିବା ଦୁଇ ଜଣ ଡାକ୍ତରଙ୍କୁ ପଚରାଉଚୁରା ବେଳେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ସୌମ୍ୟଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ସୌମ୍ୟଙ୍କୁ ଯେତେବେଳେ ମେଡିକାଲରେ ଭର୍ତ୍ତି କରାଯାଇଥିଲା ସେତେବେଳେ ସେ ଅଚେତ ଥିଲେ । ସାଲାଇନ ଦେଇ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କର ଚେତା ଫେରିଥିଲା । ତେବେ ପୋଡ଼ା ରୋଗୀଙ୍କ ପାଇଁ କୌଣସି ସୁବିଧା ନଥିବା ବେଳେ ପାରଳାଖେମୁଣ୍ଡି ମେଡିକାଲରେ ତାଙ୍କୁ କାହିଁକି ଅଢେଇ ଘଣ୍ଟାରୁ ଅଧିକ ସମୟ ରଖାଯାଇଥିଲା ବୋଲି ପ୍ରଶ୍ନ କରିଛି କ୍ରାଇମବ୍ରାଞ୍ଚ । ତେବେ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ, ସୌମ୍ୟଙ୍କୁ ସ୍ଥିର କରିବା ପାଇଁ ସମୟ ଲାଗିଥିଲା । ତେଣୁ ସ୍ଥାନାନ୍ତରରେ ବିଳମ୍ବ ହୋଇଥିଲା ।

ତଦନ୍ତର ଦ୍ବିତୀୟାର୍ଦ୍ଧରେ ଘଟଣାଦିନ ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ନେଇଥିବା ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କୁ ପଚରାଉଚୁରା କରିଛି କ୍ରାଇମବ୍ରାଞ୍ଚ । ସେହିପରି ଜିଲ୍ଲାପାଳ ଘଟଣା ଦିନ କାହିଁକି ସେଠାକୁ ଯାଇଥିଲେ ଏବଂ ଏହି ରହସ୍ୟଜନକ ମୃତ୍ୟୁ ଘଟଣା ସହ ତାଙ୍କର ସଂପର୍କ କଣ ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ହେଲେ ଏବାବଦରେ ଜିଲ୍ଲାପାଳ ପଦୁଟିଏ ବି ପ୍ରତିକ୍ରିୟା ଦେଇନାହାନ୍ତି ।

Leave A Reply

Your email address will not be published.