ନୂଆଦିଲ୍ଲୀ: ସରକାରୀ ଘରୋଇ ଭାଗିଦାରୀ (ପିପିପି) ମୋଡରେ ଦେଶର ବିଭିନ୍ନ ସ୍ଥାନରେ ଭାରତୀୟ କୌଶଳ ବିକାଶ ସଂସ୍ଥାନ (ଆଇଆଇଏସ) ପ୍ରତିଷ୍ଠା କରାଯିବ । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ।
ଚାହିଦା ଏବଂ ଉପଲବ୍ଧ ଭିତିଭୂମି ଆଧାରରେ ଚୟନ କରାଯାଇଥିବା ସ୍ଥାନରେ ଆଇଆଇଏସ ପ୍ରତିଷ୍ଠା ଲାଗି ରହିଥିବା ସମ୍ଭାବନାର ସନ୍ଧାନ କରାଯାଇ ଏହି ସଂସ୍ଥାନ ପ୍ରତିଷ୍ଠା କରାଯିବାକୁ ନିଷ୍ପତି ହୋଇଛି ।
ଆଇଆଇଏସ ପ୍ରତିଷ୍ଠା ହେବା ଦ୍ୱାରା ଉଚ୍ଚମାନର କୌଶଳ ତାଲିମ, ପ୍ରୟୋଗାତ୍ମକ ଗବେଷଣା ଶିକ୍ଷା ଏବଂ ଉଦ୍ୟୋଗ ସହିତ ପ୍ରତ୍ୟକ୍ଷ ଓ ପ୍ରଭାବୀ ସଂଯୋଗ ଜରିଆରେ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରମୁଖ କ୍ଷେତ୍ରରେ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ । ଏହା ଦେଶର ଯୁବକମାନଙ୍କୁ ଉଚ୍ଚମାନର କୌଶଳ ତାଲିମ ଯୋଗାଇଦେବ ।
ଘରୋଇ ଉଦ୍ୟୋଗ, ସରକାରୀ ଭୂମି ଏବଂ ରାଷ୍ଟ୍ରାୟତ ପୁଞ୍ଜିର ଲାଭ ଉଠାଇ ଏହା ଜ୍ଞାନ ଓ ପ୍ରତିଦ୍ୱନ୍ଦ୍ୱିତାର ନୂତନ ପ୍ରତିଷ୍ଠାନ ନିର୍ମାଣ କରିବ ।
Comments are closed.