Latest Odisha News

BREAKING NEWS

ସଂଘର୍ଷପୂର୍ଣ୍ଣ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ୍ ଟାଇରେ ସମାପ୍ତ

ବିଶାଖାପାଟଣା: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ବିଶାଖାପାଟଣାଠାରେ ଖେଳାଯାଇଥିବା ୨ୟ ଦିନିକିଆ ଟାଇରେ ସମାପ୍ତ ହୋଇଛି । ନିର୍ଦ୍ଦାରିତ ୫୦ ଓଭରରେ ଭାରତର ୩୨୧/୬ ରନର ଜବାବରେ ୱେଷ୍ଟଇଣ୍ଡିଜ କଡ୍ଡା ମୁକାବିଲା କରି ୫୦ ଓଭର ଶେଷରେ ୭ୱିକେଟ ହରାଇ ୩୨୧ ରନ୍ କରିପାରିଛି । ଦଳୀୟ ସ୍କୋର ନିର୍ଦ୍ଦାରିତ ୫୦ ଓଭରରେ ସମାନ ହେବା ଯୋଗୁଁ ମ୍ୟାଚ ଫଳାଫଳ ଟାଇରେ ଘୋଷିତ ହୋଇଛି ।

ୱେଷ୍ଟଇଣ୍ଡିଜକୁ ଅନ୍ତିମ ଓଭରରେ ୧୪ ରନର ଆବଶ୍ୟକତା ଥିବା ବେଳେ ଭାରତ ପକ୍ଷରୁ ଉମେଶ ଯାଦବ ବୋଲିଂ ଦାୟିତ୍ୱ ନେଇଥିଲେ । ଶତକୀୟ ଇନିଂସ ଖେଳିଥିବା ହୋପ କ୍ରିଜରେ ବ୍ୟାଟିଂ କରୁଥିଲେ ଏବଂ ଶେଷ ବଲରେ ୱେଷ୍ଟଇଣ୍ଡିଜକୁ ବିଜୟ ହାସଲ ଲାଗି ମାତ୍ର ୫ରନର ଆବଶ୍ୟକତା ଥିଲା । ଶେଷବଲରେ ହୋପ ଏକ ଚୌକା ମାରିବା ଫଳରେ ଉଭୟ ଦଳର ସ୍କୋର ସମାନ ୩୨୧ ରନ ହୋଇଥିଲା । ମ୍ୟାଚକୁ ଟାଇ ଘୋଷଣା କରାଯାଇଥିଲା ।

ପ୍ରଥମେ ବ୍ୟାଟିଂ କରି କପ୍ତାନ ବିରାଟ କୋହଲୀଙ୍କ ଆକର୍ଷଣୀୟ ୧୫୭ ରନ ସାହାଯ୍ୟରେ ଭାରତ ୩୨୧/୬ ରନ ସ୍କୋର କରିପାରିଥିଲା । ୱେଷ୍ଟଇଣ୍ଡିଜ ପକ୍ଷରୁ ହୋପ୍ ଉପଯୋଗୀ ୧୨୩ ରନ୍ ସ୍କୋର କରିଥିଲେ । ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୩ଟି ୱିକେଟ ହାସଲ କରିଥିଲେ ।

ଭାରତୀୟ ଅଧିନାୟକ ବିରାଟ କୋହଲୀ ‘ପ୍ଲେୟାର୍ ଅଫ ଦି ମ୍ୟାଚ’ ବିବେଚିତ ହୋଇଛନ୍ତି ।

Leave A Reply

Your email address will not be published.