Latest Odisha News

ସମ୍ଭାବ୍ୟ ବାତ୍ୟାର ସମୀକ୍ଷା କଲେ କ୍ୟାବିନେଟ୍ ସଚିବ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଆସୁଛି ସମ୍ଭାବ୍ୟ ବାତ୍ୟା ଜଓ୍ୱାଦ୍ । ଆଜି ଡିପ୍ରେସନ୍ ହେବ । କାଲି ହୋଇପାରେ ବାତ୍ୟା । କେଉଁଠି ଲାଣ୍ଡଫଲ୍ କରିବ ସ୍ପଷ୍ଟ ହୋଇନି । ତାପୂର୍ବରୁ ମୁକାବିଲା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ସମ୍ଭାବ୍ୟ ବାତ୍ୟାର ସମୀକ୍ଷା କରିଛନ୍ତି କ୍ୟାବିନେଟ୍ ସଚିବ ରାଜୀବ ଗୌବା । ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ରାଜ୍ୟ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବରର ମୁଖ୍ୟ ସଚିବ ଓ ବିଭାଗୀୟ ଅଧିକାରୀଙ୍କ ସହ କ୍ୟାବିନେଟ୍ ସଚିବ ଆଲୋଚନା କରିଛନ୍ତି ।

ବାତ୍ୟା ପରିସ୍ଥିତିର ମୁକାବିଲା ଓ ବାତ୍ୟା ପରେ ଉଦ୍ଧାର କାର୍ଯ୍ୟକୁ ତଦାରଖ କରିବାକୁ ଗୁରୁତ୍ୱ ଦିଆଯାଇଛି ।ଏହିସବୁ ରାଜ୍ୟରେ ୩୨ଟି ଘଊଜୠ ଟିମ୍ ମୁତୟନ ହେବେ । ଆବଶ୍ୟକ ପଡିଲେ ଉଦ୍ଧାର କାର୍ଯ୍ୟରେ ସେନାବାହିନୀର ସହଯୋଗ ନିଆଯିବ । ବାତ୍ୟା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍, ବିଶାଖାପାଟଣମ୍, ବିଜୟନଗରମ୍ ଜିଲ୍ଲା ସମେତ ଉପକୂଳ ଓଡ଼ିଶା ଜିଲ୍ଲାରେ ପ୍ରଭାବ ପକାଇବା ସମ୍ଭାବନା ରହିଛି ।

ସେହିପରି ପଶ୍ଚିମବଙ୍ଗ ଉପକୂଳରେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ମତ୍ସ୍ୟଜୀବୀ ଓ ଡଙ୍ଗାକୁ ତୁରନ୍ତ କୂଳକୁ ଫେରାଇ ଆଣିବା ଉପରେ ଜୋର ଦେଇଛନ୍ତି କ୍ୟାବିନେଟ୍ ସଚିବ । ବାତ୍ୟା ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ପ୍ରଭାବିତ ଆଶଙ୍କା ଥିବା ରାଜ୍ୟକୁ ପ୍ରତିଶ୍ରୁତି ଦେଇଛନ୍ତି କ୍ୟାବିନେଟ୍ ସଚିବ ।

Leave A Reply

Your email address will not be published.