Latest Odisha News

BREAKING NEWS

ପରିତ୍ୟକ୍ତ ବିୟର କ୍ୟାନ୍‌ରୁ ନାଗ ସାପ ଉଦ୍ଧାର

ପୁରୀ : ପରିତ୍ୟକ୍ତ ବିୟର କ୍ୟାନ୍‌ରୁ ଉଦ୍ଧାର ହୋଇଛି ନାଗ ସାପ । ପୁରୀ ବଳଙ୍ଗା ମାଧିପୁର ଗାଁର ଜଣେ ବ୍ୟକ୍ତିଙ୍କ ଘର ବାଡିପଟେ ଏହି ସାପଟିକୁ ଉଦ୍ଧାର କରାଯାଇଛି । ପରିତ୍ୟକ୍ତ ସ୍‌ଥାନରେ ପଡିଥିବା ଏକ ବିୟର କ୍ୟାନରେ ସାପଟି ଫସି ଯାଇଥିଲା । କ୍ୟାନ୍ ଭିତରେ ନାଗର ମୁଣ୍ଡ ଫସି ରହିଥିବା ବେଳେ ସାପଟି ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା ।

ପରିବାର ଲୋକେ ଘଟଣା ନେଇ ସ୍ନେକ୍ ହେଲ୍ପ ଲାଇନକୁ ଜଣାଇଥିଲେ । ସ୍ନେକ ହେଲପ ଲାଇନ୍ ସଦସ୍ୟ ଘଟଣା ସ୍ଥଳରେ ପହଂଚି ୪ଫୁଟ ଲମ୍ବାର ଏହି ନାଗକୁଉଦ୍ଧାର କରିବାକୁ ପ୍ରୟାସ କରିଥିଲେ । କ୍ୟାନ୍‌ର ଟିଣକୁ କାଟି ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ଲାଗିଥିଲା କସରତ । ଆଉ ଶେଷରେ କ୍ୟାନରେ ଫସିଥିବା ସାପର ମୁଣ୍ଡକୁ ବାହାର କରାଯାଇଥିଲା

କ୍ୟାନରେ ମୁଣ୍ଡ ଫସାଇ ପ୍ରାୟ ଗୋଟିଏ ଦିନ ରହିବା ପରେ ସାପଟି ଉଦ୍ଧାର ହୋଇଥିଲା । ସାପଟିର ପରୀକ୍ଷା ନିରୀକ୍ଷା କରାଯାଇ ମେଡିସିନ୍ ସ୍ପ୍ରେ କରି ତାକୁ ନିକଟରେ ଥିବା ଏକ ପ୍ରାକୃତିକ ଆବାସିକ ସ୍ଥଳୀରେ ଛାଡି ଦିଆଯାଇଛି ।

ତେବେ ଏଣେ ତେଣେ ପଡୁଥିବା ଆବର୍ଜନା ଆଉ ବର୍ଜ୍ୟବସ୍ତୁ ଯୋଗୁ ଏହିଭଳି ନିରୀହ ଜନ୍ତୁ ସବୁ ମରଣ ମୁହଁରେ ପଡୁଛନ୍ତି । ତା ସହିତ ପରିବେଶ ମଧ୍ୟ ପ୍ରଦୂଷଣ ହେବାରେ ଲାଗିଛି । ତେଣୁ ଏଥିରୁ ନିବୃତ ରହିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.