Latest Odisha News

BREAKING NEWS

ଲକଡାଉନ ସମୟସୀମା ଘୁଞ୍ଚାଇବା ନେଇ କୋୖଣସି ଯୋଜନା ନାହିଁ: କ୍ୟାବିନେଟ ସଚିବ

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ବିରୋଧରେ ଲଢେଇ କରିବା ପାଇଁ ମାର୍ଚ୍ଚ ୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କରାଯାଇଥିବା ୨୧ ଦିନିଆ ଲକଡାଉନ ଘୋଷଣାର ସମୟ ସୀମା ବୃଦ୍ଧି କରିବା ନେଇ ଯୋଜନା ହୋଇ ନାହିଁ।

ତେବେ ଅନେକ ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ଲକଡାଉନ ସମୟସୀମା ଘୁଞ୍ଚିଥିବା ନେଇ ହେଉଥିବା ଚର୍ଚ୍ଚା ଉପରେ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି ରାଜୀବ।

ଏପରି ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ ହେବା ସହ ଲକଡାଉନ ସମୟସୀମା ବଢାଇବା ନେଇ କୌଣସି ଯୋଜନା ନଥିବା କ୍ୟାବିନେଟ୍ ସଚିବ ରାଜୀବ ଗୌବ କହିଛନ୍ତି।

ପ୍ରବାସୀ ଶ୍ରମିକଙ୍କ ବିରାଟ ସମାଗମକୁ ଦୃଷ୍ଟିରେ ରଖି ସରକାର ସମସ୍ତ ରାଜ୍ୟ ତଥା ୟୁଟି ମାନଙ୍କୁ ଲକଡାଉନ କଟକଣାକୁ କଡାକଡି ପାଳନ କରିବାକୁ କହିଛନ୍ତି।

Leave A Reply

Your email address will not be published.