Latest Odisha News

BREAKING NEWS

ଆମେରିକାରେ ବନ୍ଦ ହେଉଛି ୫୦ ବର୍ଷ ପୁରାତନ ଭାରତୀୟ ଖବରକାଗଜ, ଜାଣନ୍ତୁ କାହିଁକି

ୱାସିଂଟନ: ଆମେରିକାରେ ଗତ ୫୦ ବର୍ଷଧରି ଭାରତୀୟ ସମାଜର ସ୍ୱର ପାଲଟିଥିବା ପ୍ରତିଷ୍ଠିତ ଖବର କାଗଜ ସୋମବାର ଦିନ ଶେଷଥର ଲାଗି ଛପା ହେବାକୁ ଯାଉଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ‘ଇଣ୍ଡିଆ ଏବ୍ରୋଡ’ ନାମକ ଏହି ଖବରକାଗଜର ସଂସ୍ଥାପକ ଥିଲେ ଭାରତୀୟ ବଂଶୋଦ୍ଭବ ତଥା ଆମେରିକାରେ ରହୁଥିବା ଗୋପାଳ ରାଜୁ । ୧୯୭୦ ମସିହାରେ ଏହି ସମ୍ବାଦପତ୍ର ଆରମ୍ଭ ହୋଇଥିଲା ।

ଦିନକୁ ଦିନ ଇଣ୍ଟରନେଟର ବଢୁଥିବା ଚାହିଦାକୁ ନଜରରେ ରଖି ପ୍ରକାଶକ ସଂସ୍ଥା ପକ୍ଷରୁ ଏହାର ପ୍ରିଣ୍ଟ ସଂସ୍କରଣ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହି ସମ୍ବାଦପତ୍ରରେ କେବଳ ଭାରତୀୟମାନଙ୍କୁ କେନ୍ଦ୍ରକରି ସମ୍ବାଦ ଛପାଯାଉଥିଲା । ଯାହାଫଳରେ ଖୁବ୍ କମ୍ ଦିନରେ ଏହାର ଚାହିଦା ବଢିବା ସହ ବିପୁଳ ସଂଖ୍ୟକ ପାଠକ ବର୍ଗ ଏହାସହ ଯୋଡି ହୋଇପାରିଥିଲେ ।

ପରବର୍ତ୍ତୀ ସମୟରେ ଏହାର ମାଲିକାନା ରେଡିଫ ଡଟ୍ କମ୍ ନାମକ ସଂସ୍ଥା ହାତକୁ ଯାଇଥିଲା । ଏହାଛଡା ପୁଣିଥରେ ୨୦୧୬ ମସିହାରେ ଏହି ଖବରକାଗଜକୁ ୮କେ ମାଇଲ୍ସ ମିଡିଆ କିଣି ନେଇଥିଲା ।

Leave A Reply

Your email address will not be published.