Latest Odisha News

କନ୍ଧମାଳ ପୋଲିସ ଆଗରେ କ୍ୟାଡର ମାଓବାଦୀର ଆତ୍ମସମର୍ପଣ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଧିରେ ଧିରେ ଭୁଷୁଡିବାରେ ଲାଗିଛି ମାଓ ଗଡ । ଆଜି ଆଉ ଜଣେ କ୍ୟାଡର ମାଓବାଦୀ କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି । ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଦକ୍ଷିଣାଞ୍ଚଳ ଡିଆଇଜି ଡ. ଷଡ଼ଙ୍ଗୀ ଏବଂ କନ୍ଧମାଳ ଏସପି ହରିଶ ବି.ସିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛି ଏହି ମାଓବାଦୀ । ତାର ନାଁ ବିଜା ମାଡ଼ଭି ବୋଲି ଜଣାପଡିଛି । ଆତ୍ମସମର୍ପଣ ସମୟରେ ତାଠାରୁ ଗୋଟିଏ ବନ୍ଧୁକ ଓ ଦୁଇଟି ଗୁଳି ଜବତ କରାଯାଇଛି ।

ବିଜା ମାଡ଼ଭି ୬ ବର୍ଷ ଧରି ନକ୍ସଲ ସଂଗଠନରେ ସାମିଲ ଥିଲେ । ସେ କେକେବିଏନ ଡିଭିଜନର ରାହୁଲ ଏରିଆ କମିଟିର ଜଣେ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି । ବିଜା ଗତ ଫେବୃଆରୀ ମାସରେ ପୁଲିସ ଗୁଳିରେ ନିହତ ହୋଇଥିବା ଦୁର୍ଦ୍ଦାନ୍ତ ମାଓନେତା ଦାଶୁରଙ୍କ ଅଙ୍ଗ ରକ୍ଷକ ଥିଲେ । ୨୦୨୦ ମସିହା ସିର୍ଲା, ବାଇବାଲି ସମେତ ୧୦ଟି ଗୁଳି ବିନିମୟ ଘଟଣାରେ ସେ ସାମିଲ ଥିଲେ ।

ବିଜା ମାଡ଼ଭି ଠାରୁ ମିଳିଥିବା ସୂଚନା ଆଧାରରେ ପୋଲିସ ବାଲିଗୁଡ଼ା ଥାନା ଅନ୍ତର୍ଗତ ସରୁଲଇ ନିକଟରେ ଚଢାଉ କରି ଜିଲେଟିନ ଷ୍ଟିକ, ବନ୍ଧୁକ, ଖାଦ୍ୟ ସାମଗ୍ରୀ, ପୋଷାକ ସହିତ ବିପୁଳ ମାଓ ସାମଗ୍ରୀ ଜବତ କରିଛି ।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ଡିଆଇଜି ।

Leave A Reply

Your email address will not be published.