Latest Odisha News

BREAKING NEWS

ଆଶ୍ଚର୍ଯ୍ୟ! ପଞ୍ଜୁରୀରେ ରହୁଛନ୍ତି ଏକ ଲକ୍ଷରୁ ଉର୍ଦ୍ଧ୍ବ ଲୋକ !

ଭୁବନେଶ୍ୱର: ପଶୁପକ୍ଷୀଙ୍କୁ ପୋଷା କରି ରଖିବା ପାଇଁ ମଣିଷ ସେମାନଙ୍କୁ ବନ୍ଦୀ କରି ପଞ୍ଜୁରୀରେ ରଖିଥାଏ । କିନ୍ତୁ ନିଜେ ମଣିଷହିଁ ପଞ୍ଜୁରୀରେ ରହୁଛି ଶୁଣିଲେ ଟିକିଏ ଆଶ୍ଚର୍ଯ୍ୟ ଲାଗୁଛି ନା !

ଆଜି ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ସମ୍ପର୍କରେ ଯେଉଁଠି ମଣିଷ ପଶୁପକ୍ଷୀଙ୍କ ପରି ପଞ୍ଜୁରି ଭିତରେ ରହିଥା’ନ୍ତି। କାରଣ ବି ସେତିକି ଦୁଃଖଦାୟକ। ଜାଣନ୍ତୁ ଏହା ସମ୍ପର୍କରେ…

ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ହଂକଂ ଠାରେ । ଏଠାରେ ଲୋକମାନେ ଲୁହାରେ ତିଆରି ହୋଇଥିବା ପଞ୍ଜୁରିରେ ରହିଥା’ନ୍ତି।

ସୋସାଇଟ୍‌ ଫର୍‌ କମ୍ୟୁନିଟି ଅର୍ଗାନାଇଜେସନ ଅନୁଯାୟୀ, ହଂକଂରେ ପଞ୍ଜୁରି ଭିତରେ ପାଖାପକ୍ଷୀ ୧ ଲକ୍ଷ ଲୋକ ରହୁଛନ୍ତି। ଯେଉଁମାନେ ଦାମୀ ଘର କିଣିବାକୁ ସକ୍ଷମ ନୁହନ୍ତି, ସେମାନେ ଏପରି ପଞ୍ଜୁରୀ ଘରେ ରହିଥା’ନ୍ତି। କହିବାକୁ ଗଲେ ଗରିବ ଲୋକମାନେ ହିଁ ଏପରି ପଞ୍ଜୁରିରେ ରହିବାକୁ ବାଧ୍ୟ ହୋଇଥା’ନ୍ତି ।

ପଞ୍ଜୁରୀରେ ରହିବା ପାଇଁ ଏଠାରେ ଲୋକଙ୍କୁ ଦେବାକୁ ପଡିଥାଏ ଟଙ୍କା । କୁହାଯାଏ ମଣିଷ ରହୁଥିବା ଏହି ପଞ୍ଜୁରୀର ମୂଲ୍ୟ ଏଠାରେ ୧୧ ହଜାର ଟଙ୍କା। ଏହା ପୁଣି ଭଙ୍ଗା ଦଦରା ବା ପୁରୁଣା ଘରେ ଲଟକା ଯାଇଥାଏ। ଗୋଟିଏ ପଞ୍ଜୁରି ଭିତରେ ରହନ୍ତି ପ୍ରାୟ ୧୦୦ ଲୋକ।

Leave A Reply

Your email address will not be published.