Latest Odisha News

BREAKING NEWS

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଘୋଷଣା ହେଲା ନୂଆ ଫାଶୀ ତାରିଖ

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀ ୧ ତାରିଖ ସକାଳ ୬ଟାରେ ଫାଶୀ ଖୁଂଟରେ ଝୁଲିବେ ୪ ଦୋଷୀ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଆଜି ଆଉ ଏକ ନୂଆ ଡେଥ ୱେରେଂଟ ଜାରି କରିଛନ୍ତି ।

ଆଜି ଦୋଷୀ ମୁକେଶୀ ରଜକ୍ଷମା ଆବେଦନ ରାଷ୍ଟ୍ରପତି ଖାରଜ କରିବା ପରେ ଫାଶୀଦଣ୍ଡ ସ୍ପଷ୍ଟ ହୋଇଛି ।

ନୂଆ ଡେଥ୍ ୱାରେଂଟ ଆସିବା ପରେ ନିର୍ଭୟାଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତାରିଖ ପରେ ତାରିଖ ବନ୍ଦ ହେଉ ବୋଲି ସେ କହିଛନ୍ତି । ବିଚାର ପ୍ରକ୍ରିୟା ଓ ମାନବିଧିକାର କର୍ମୀଙ୍କୁ ଅଙ୍ଗୁଳି ଉଠାଇଛନ୍ତି । ମୋ ଝିଅକୁ ନ୍ୟାୟ ପାଇଁ ମାନବିଧିକାର କର୍ମୀ ପାଟି ଫିଟାଇଲେ ନାହିଁ ବୋଲି କହିଛନ୍ତି ନିର୍ଭୟାଙ୍କ ମା ଆଶା ଦେବୀ ।

ସୂଚନାଯୋଗ୍ୟ ଯେ, ନିର୍ଭୟା ମାମଲାରେ ଅଭିଯୁକ୍ତ ମୁକେଶ ଫାଶୀଦଣ୍ଡ କ୍ଷମା କରିବାକୁ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା । ତାକୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଥବଲେ ।

ଏହାପୂର୍ବରୁ ମୁକେବଶର ଆବେଦନକୁ ଜେଲ୍ ପ୍ରଶାସନ ଦିଲ୍ଳୀ ସରକାରଙ୍କ ନିକଟକୁ ପଠାଇଥିଲେ । ଏହି ଆବେଦନକୁ ଦିଲ୍ଳୀ ସରକାର ମଧ୍ୟ ଖାରଜ କରିବା ପରେ ଉପରାଜ୍ୟପାଳ ନିକଟକୁ ଯାଇଥିଲା ।

ଉପରାଜ୍ୟପାଳ ମଧ୍ୟ ରାଜକ୍ଷମାକୁ ଖାରଜ କରି ଗୃହମନ୍ତ୍ରାଳୟକୁ ପଠାଇଥିଲେ । ଗୃହମନ୍ତ୍ରାଳୟ ଗୁରୁବାର ରାତିରେ ଦୋଷୀ ମୁକେଶର ଦୟା ଆବେଦନ ଖାରଜ କରିଦେଇଥିଲେ ।

Leave A Reply

Your email address will not be published.