Latest Odisha News

BREAKING NEWS

ଗ୍ରାହକଙ୍କ ଲାଗି ପ୍ରିପେଡ୍ ପ୍ଲାନ୍ ଶସ୍ତା କଲା ବିଏସଏନଏଲ; ଜାଣନ୍ତୁ କେତେ ରହିଛି ପ୍ୟାକ୍‌

ନୂଆଦିଲ୍ଲୀ: ନବବର୍ଷ ଲାଗି ଘରୋଇ ଟେଲିକମ୍ କମ୍ପାନୀ ଗୁଡିକ ନିଜ ନିଜର ପ୍ଲାନଗୁଡିକୁ ଶସ୍ତା କରି ଗ୍ରାହକଙ୍କୁ ଆକୃଷ୍ଟ କରୁଥିବା ବେଳେ ବିଏସଏନଏଲ୍ ମଧ୍ୟ ତା’ର ପ୍ରିପେଡ୍ ଗ୍ରାହକମାନଙ୍କ ଲାଗି ଆକର୍ଷଣୀୟ ଅଫର ଆଣିଛି ।

ନୂଆ ପ୍ଲାନ୍ ଅନୁଯାୟୀ ବିଏସଏନଏଲ ପକ୍ଷରୁ ୧୩୧୨ ଟଙ୍କାରେ ମିଳୁଥିବା ପ୍ଲାନ୍ ବର୍ତ୍ତମାନ ସମୟରେ ୧୧୧୧ ଟଙ୍କା କରାଯାଇଛି । ଯାହାର ଭାଲିଡିଟି ୩୬୫ ଦିନ ରହିବା ସହ ୧୨ ଜିବି ଡାଟା ମିଳିବ ଗ୍ରାହକଙ୍କୁ । ଏଥିସହିତ ଏହି ପ୍ଲାନରେ ଦୈନିକ ୧୦୦ ଏସଏମଏସ ରହିଥିବା ବେଳେ ପ୍ରତିଦିନ ୨୫୦ମି.ର କଲିଂ ସୁବିଧା ମଧ୍ୟ ପ୍ରଦାନ କରାଯିବ । ଏହି ପ୍ୟାକେଜ୍ ଦ୍ୱାରା ଖାସକରି ଅଧିକା କଲ୍ କରୁଥିବା ଗ୍ରାହକଙ୍କୁ ଫାଇଦା ମିଳିପାରିବ ।

ତେବେ ଏହି ସୁବିଧା ଦିଲ୍ଲୀ ଓ ମୁମ୍ବାଇ ସର୍କଲ ପାଇଁ ଉପଲବ୍ଧ ନରହିଥିବା ବେଳେ ଆସନ୍ତା ଜାନୁଆରୀ ୧୭ ତାରିଖ ଯାଏଁ ଏହି ନୂଆ ପ୍ଲାନ୍ ରହିଛି ।

ଏହାବ୍ୟତିତ ବିଏସଏନଏଲ ନିଜର ୧୬୯୯ ଟଙ୍କାର ପ୍ଲାନ୍ ମଧ୍ୟ ରଖିଛି । ଯେଉଁଥିର ଗ୍ରାହକଙ୍କୁ ପ୍ରତିଦିନ ୨ ଜିବି ଡାଟା ସହ ୨୫୦ମି.ର କଲିଂ ସୁବିଧା ପ୍ରଦାନ କରିବ । ଆହୁରି ମଧ୍ୟ ଏହା ବୈଧତା ୩୬୫ ଦିନ ରହିଥିବା ବେଳେ ଏଥିରେ ୧୦୦ ଏସଏମଏସ ମଧ୍ୟ ମିଳିବ ।

Leave A Reply

Your email address will not be published.