Latest Odisha News

BREAKING NEWS

ଜାଣନ୍ତୁ, କିପରି ଦୂର କରିବେ କ୍ୟାଲସିୟମ ଅଭାବ ଜନିତ ସମସ୍ୟା

ଭୁବନେଶ୍ୱର: ଆମ ଶରୀରରେ କ୍ୟାଲସିୟମର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ବିଶେଷ କରି ହାଡ଼ ଓ ଦାନ୍ତକୁ ମଜବୁତ ରଖିବା ପାଇଁ କ୍ୟାଲସିୟମ ଅନେକ ମାତ୍ରାରେ ସହାୟକ ହୋଇଥାଏ ।

ଏହାଛଡାକ୍ୟାଲସିୟମ୍ ମାଂସପେଶୀ ସଞ୍ଚାଳନ, ରକ୍ତ ସଞ୍ଚାଳନ, ଏନଜାଇମ୍, ହରମୋନଜନୀତ କାର୍ଯ୍ୟକଳାପ ସଠିକ୍ ଭାବେ ପରିଚାଳନା କରିବା ପାଇଁ ମଧ୍ୟ ସହାୟକ ହୋଇଥାଏ । ଶରୀରର ପ୍ରାୟ ୯୯% କ୍ୟାଲସିୟମ୍ ହାଡ଼ ଓ ଦାନ୍ତରେ ରହିଥାଏ । ବଳକା ୧% କ୍ୟାଲସିୟମ୍ ରକ୍ତ, ମାଂସପେଶୀ ଓ ଅନ୍ୟାନ୍ୟ କୋଷ ମାନଙ୍କରେ ଥାଏ ।

ଶରୀରରେ କ୍ୟାଲସିୟମର ଅଭାବ ଯୋଗୁଁ ଆମକୁ ବିଭିନ୍ନ ପ୍ରକାରର ଦୁଃସ୍ଥିତିର ସମ୍ମୁଖୀନ ହେବାକୁ ପଡିଥାଏ । ଏହି ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ଜାଣନ୍ତୁ କଣ କରିବେ…

ଶରୀରରେ କ୍ୟାଲସିୟମର ଅଭାବ ହଠାତ ଜଣାପଡ଼ି ନଥାଏ । ଏହାର କେତୋଟି ଲକ୍ଷଣ ରହିଛି, ଯାହାକୁ ଆପଣ ଜାଣି ଡାକ୍ତରଙ୍କ ପରାମର୍ଶରେ ରହିପାରିବେ ।

ଲକ୍ଷଣ:
• ମାଂସପେଶୀରେ ଯନ୍ତ୍ରଣା ଓ ଏହା କ୍ରମଶଃ କୁଞ୍ଚିତ ହେବା କ୍ୟାଲସିୟମ୍ ଅଭାବର ପ୍ରଥମ ଲକ୍ଷଣ । ଏହା ଦ୍ୱାରା ଜଙ୍ଘ, ବାହୁ ଓ ଗୋଡ଼ ପେଣ୍ଡିରେ ଅବିରତ ଯନ୍ତ୍ରଣା ହୋଇଥାଏ ।

• କ୍ୟାଲସିୟମର ଅଭାବ ଚର୍ମ ଓ ନଖରେ ପରିଷ୍କାର ଭାବେ ଦୃଶ୍ୟମାନ ହୋଇଥାଏ । ଏହା ଯୋଗୁଁ ଚର୍ମ ଶୁଖିଯାଏ ଓ ନଖ ଦୁର୍ବଳ ହୋଇଯାଇଥାଏ ଅଥବା ମରିଯାଇଥାଏ ।

• ଶକ୍ତ ଦାନ୍ତ ଓ ହାଡ଼ ଗଠନରେ କ୍ୟାଲସିୟମର ଭୂମିକା ମହତ୍ୱପୂର୍ଣ୍ଣ । ତେଣୁ କ୍ୟାଲସିୟମ୍ ଅଭାବ ହେଲେ ଦାନ୍ତ ପଡ଼ିବା ଆରମ୍ଭ ହୋଇଥାଏ ।

• ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇ ନଥାଏ ଓ ଭଲ ଭାବରେ ନିଦ ହୁଏ ନାହିଁ ।

ଉପଚାର:

ଶରୀରରେ କ୍ୟାଲସିୟମର ଅଭାବକୁ ରୋକିବା ପାଇଁ ଖାଦ୍ୟରେ ପରିବର୍ତ୍ତନ ଆଣିବା ନିହାତି ଜରୁରୀ । ଖାଦ୍ୟରେ ଆପଣ ଭିଟାମିନ ଡି ଓ ଅଧିକ କ୍ୟାଲସିୟମ ଥିବା ଖାଦ୍ୟ ଦ୍ରବ୍ୟ ଖାଇବା ଉଚିତ ।

ଏଥିରେ ଆପଣ ପୁଷ୍ଟିଯୁକ୍ତ ଖାଦ୍ୟ, ଯେପରିକି- ଡାଲି, ଛେନା, ସୋୟାବିନ, କାବୁଲି ଚଣା, ମୁଗ, ବାଦାମ, ଆଲମଣ୍ଡ, ରାଜମା, ସବୁଜ ପନିପରିବା, ଫଳ ଆଦି ସାମିଲ କରିପାରିବେ । ଏହାଛଡ଼ା ଡାକ୍ତର ପରାମର୍ଶ କରିଥିବା ଔଷଧ ତଥା କ୍ୟାଲସିୟମ୍ ବଟିକା ଗ୍ରହଣ କରିବା ଉଚିତ ।

Leave A Reply

Your email address will not be published.