Latest Odisha News

BREAKING NEWS

ରେଲୱେ ବିଭାଗର ଗ୍ରୁପ-ସି କର୍ମଚାରୀଙ୍କୁ ମିଳେ କେତେ ଦରମା, ଜାଣନ୍ତୁ

ଭୁବନେଶ୍ୱର: ଦେଶର ସବୁଠୁ ଅଧିକ କର୍ମଚାରୀ କାମ କରୁଥିବା ସଂସ୍ଥା ହେଉଛି ଭାରତୀୟ ରେଳ ବିଭାଗ । ଏହି ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମା ମଧ୍ୟ ବେଶ୍ ଅଧିକ ହୋଇଥାଏ । ଏଥିପାଇଁ ପ୍ରତିବର୍ଷ ଲକ୍ଷଲକ୍ଷ ସଂଖ୍ୟାରେ ପିଲା ରେଲୱେ ପରୀକ୍ଷା ମଧ୍ୟ ଦେଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ରେଲଓ୍ବେର ୪ଟି ବିଭାଗ ମଧ୍ୟରୁ ଗ୍ରୁପ-ସିର ଏକ ପଦବୀ ସମ୍ପର୍କରେ କହିବୁ ।

ଗ୍ରୁପ ସିରେ ଏକ ପଦ ରହିଥାଏ ତାହା ହେଉଛି ରେଲଓ୍ବେ ଗୁଡସ୍ ଗାର୍ଡ଼ଙ୍କର। ଏହି ପଦବୀରେ କାମ କରୁଥିବା କର୍ମଚାରୀଙ୍କ ଦରମା ପାଖାପାଖି ୩୫ହଜାର ଟଙ୍କା ହୋଇଥାଏ। ଏହି ଦରମା ବିଭିନ୍ନ ସହରରେ ଅଲଗା ଅଲଗା ଭାବେ ନିର୍ଦ୍ଧାରିତ କରାଯାଇଥାଏ।

ଏହି ପୋଷ୍ଟର ଏକ ବିଶେଷତ୍ବ ହେଉଛି, ମାସିକ ଦରମା ପରେ ମଧ୍ୟ ଓଭର ଡ୍ୟୁଟି କରି ଆହୁରୁ ଅଧିକ ରୋଜଗାର କରିହୁଏ ।

ଅର୍ଥାତ ଆପଣ ଯେତେ ଅଧିକ କିଲୋମିଟରର ଡ୍ୟୁଟି ଧାର୍ଯ୍ୟ କରିବେ ସେଥିପାଇଁ ରେଲଓ୍ବେ ଆପଣଙ୍କୁ ଅଲଗା ଭାବେ ପେମେଣ୍ଟ କରିଥାଏ ।

ଯେପରି, ୧୦୦କିଲୋମିଟର ପାଇଁ ରେଲଓ୍ବେ ୧୮୮.୭୫ ଟଙ୍କା ହିସାବରେ ପେମେଣ୍ଟ କରିଥାଏ। ମାସକରେ ପ୍ରତି ଗୁଡସ ଗାର୍ଡ଼ ୭ରୁ ୮ହଜାର କିଲୋମିଟର ଓଭର ଡ୍ୟୁଟି କରିଥାଆନ୍ତି। ନେଟ ପେ ରେ ତାଙ୍କ ଦରମା ପାଖାପାଖି ୬୫ ହଜାର ଯାଏଁ ପହଞ୍ଚିଥାଏ।

ଗ୍ରୁପ ସିରେ ସବୁଠୁ ଅଧିକ ଦରମା ଜେଇଇ ପଦବୀରେ ଥିବା କର୍ମଚାରୀଙ୍କର ହୋଇଥାଏ । ଏହି ପଦବୀରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମା ଆରମ୍ଭରୁ ୬୦ରୁ ୭୦ହଜାର ଟଙ୍କା ଏବଂ ଏହା ସହିତ ବିଭିନ୍ନ ପ୍ରକାର ଆଲାଉନ୍ସ ମଧ୍ୟ ମିଳିଥାଏ।

Leave A Reply

Your email address will not be published.