Latest Odisha News

BREAKING NEWS

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହିଂସା, ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହେଉଥିବା ହିଂସାକୁ ଗୁରୁତର ସହ ନେଇଛନ୍ତି କଲିକତା ହାଇକୋର୍ଟ । ବିରୋଧୀ ଦଳ ପକ୍ଷରୁ ପଞ୍ଚାୟତ ନିର୍ବାଚନ ହିଂସା ନେଇ ହାଇକୋର୍ଟରେ ମାମଲା ହୋଇଥିଲା । ଆଜି ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବିରୋଧୀ ବିଜେପି, କଂଗ୍ରେସ ଓ ସିପିଏମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ କିଛି ପାର୍ଥୀଙ୍କ ନାମ ତାଲିକାରେ ନଥିବା ଅଭିଯୋଗ କରିଥିଲେ । ମାମଲାର ଶୁଣାଣି ବେଳେ ଜଷ୍ଟିସ୍ ଅମ୍ରୁତା ସିହ୍ନା ପଞ୍ଚାୟତ ନିର୍ବାଚନରେ ହିଂସାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କହିଛନ୍ତି ପଞ୍ଚାୟତ ନିର୍ବାଚନରେ ଏତେ ହିଂସା ହେଲେ ନିର୍ବାଚନ ବନ୍ଦ କରିଦେବା ଉଚିତ୍ ।

କଲିକତା ହାଇକୋର୍ଟଙ୍କ ପୁର୍ବରୁ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହିଂସାକୁ ନେଇ ସୁପ୍ରିମକୋର୍ଟ ମଧ୍ୟ କଡ଼ା ଟିପ୍ପଣୀ କରିଥିଲେ । ଏବେ କୋର୍ଟ ମତଦାନର ଦିନକ ପୂର୍ବରୁ ଜୁଲାଇ ୭ ଯାଏ ହୋଇଥିବା ହିଂସା ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.