Latest Odisha News

BREAKING NEWS

ରାମାୟଣ ମନୋରଞ୍ଜନର ମାଧ୍ୟମ ନୁହେଁ: ଏମିତି କହିଲେ ସୀତା

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଗତ ୧୬ ତାରିଖରେ ରିଲିଜ ହୋଇଯାଇଛି । ରିଲିଜ୍ ହେବା ଦିନଠାରୁ ହିଁ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଫିଲ୍ମର କାହାଣୀ ଏବଂ ସଂଳାପକୁ ନେଇ ସାରା ଦେଶରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଉଛି । ଏମିତି କି ଫିଲ୍ମ ବ୍ୟାନ୍ କରିବାକୁ ଦାବି ମଧ୍ୟ ହୋଇଛି । ଏସବୁ ଭିତରେ ‘ରାମାୟଣ’ର ସୀତା ତଥା ଦୀପିକା ଚିଖ୍‌ଲିଆ ବର୍ତ୍ତମାନ ଓମ ରାଉତଙ୍କ ନିର୍ଦ୍ଦେଶିତ ‘ଆଦିପୁରୁଷ’ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ।

ରାମାନନ୍ଦ ସାଗରଙ୍କ ରାମାୟଣରେ ‘ସୀତା’ ଭୂମିକାରେ ଅଭିନୟ କରି ଦୀପିକା ଘରେ ଘରେ ପରିଚିତ ହୋଇଥିଲେ । ଏମିତି କି ପ୍ରତ୍ୟେକ ହୃଦୟରେ ସ୍ଥାନ ମଧ୍ୟ ପାଇଥିଲେ । ଲୋକମାନେ ତାଙ୍କୁ ପ୍ରକୃତରେ ସୀତା ଭାବେ ମଧ୍ୟ ପୂଜା କରୁଥିଲେ । ଫିଲ୍ମ ‘ଆଦିପୁରୁଷ’ର କାହାଣୀ ଓ ସଂଳାପକୁ ନେଇଏ ଦୀପିକା କହିଛନ୍ତି, ରାମାୟଣ ମନୋରଞ୍ଜନର ମାଧ୍ୟମ ନୁହେଁ । ଫିଲ୍ମ ନିର୍ମାତାମାନେ ଏଥିରେ ପରିବର୍ତ୍ତନ କରିବା ଉଚିତ୍ ନୁହେଁ । ଆଦିପୁରୁଷର ସଂଳାପ, ଭାଷା ଏବଂ କିଛି ଚରିତ୍ରର ଭୁଲ ବ୍ୟାଖ୍ୟା ପାଇଁ ଏହାକୁ ସମାଲୋଚନା କରାଯାଇଛି ।

ଏହି ଫିଲ୍ମରେ ସାଉଥ୍ ସୁପରଷ୍ଟାର ପ୍ରଭାସ ରାମ ଭୂମିକାରେ ଅଭିନୟ କରିଥିବା ବେଳେ ବଲିଉଡ୍ ନାୟିକା କ୍ରିତି ସାନନ ସୀତା ଓ ରାବଣ ଭୂମିକାରେ ଶୈପ ଅଲ୍ଲୀ ଖାନ୍‌ଙ୍କୁ ଦେଖିବାକୁ ମିଳିଛିି ।

Leave A Reply

Your email address will not be published.