Latest Odisha News

BREAKING NEWS

ମଡ଼େଲଙ୍କ ଦୁଃଖଭରା କାହାଣୀ: ଖେଳିବାକୁ କଣ୍ଢେଇଟିଏ ନ ଥିଲା, ଏବେ କୋଟି କୋଟି ଟଙ୍କାର ମାଲିକାଣୀ

ଅଷ୍ଟ୍ରେଲିଆ: କଥାରେ ଅଛି, ଭାଗ୍ୟ କେତେବେଳେ କାହାର ସାଥ୍ ଦେବ କେହି କହିପାରିବେ ନାହିଁ । ଭାଗ୍ୟ କାହାକୁ ଧନୀ କରିଦେଇଥାଏ ତ ଆଉ କାହାକୁ ଗରିବ ମଧ୍ୟ କରିଦିଏ । ଅନେକ ଲୋକଙ୍କ ଜୀବନରେ ଏପରି କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ । ଅଷ୍ଟ୍ରେଲିଆରେ ରହୁଥିବା ଜଣେ ମଡ଼େଲଙ୍କ କାହାଣୀ ମଧ୍ୟ ଠିକ୍ ଏହିପରି । ଦିନ ଥିଲା ଖେଳିବା ପାଇଁ ତାଙ୍କ ପାଖରେ ଗୋଟେ କଣ୍ଢେଇଟିଏ ବି ନ ଥିଲା , ଆଜି କିନ୍ତୁ ସେ କୋଟି କୋଟି ଟଙ୍କାର ମାଲିକାଣୀ ସାଜିଛନ୍ତି ।

BjdElectrycity

୩୬ ବର୍ଷୀୟା ସୁଜାନ ମୁଟେସି ନାମକ ଜଣେ ଯୁବତୀ ଅଷ୍ଟ୍ରେଲିଆରେ ରୁହନ୍ତି । ଏବେ ତାଙ୍କୁ ଦେଖିଲେ କେହି ଅନୁଭବ କରିବେ ନାହିଁ ଯେ, ସେ ଏତେ ଗରିବ ହୋଇଥିବେ । ପୁଣି କଣ୍ଢେଇ କିଣିବାକୁ ତାଙ୍କ ପାଖରେ ଟଙ୍କାଟିଏ ନ ଥିଲା । ବାସ୍ତବରେ ସୁଜାନେ ମୁଟେସିଙ୍କ ପିଲାଦିନ ଏପରି କଟିଛି । ସେ ଉଗାଣ୍ଡାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାରରେ ସମୁଦାୟ ୨୦ ଜଣ ଥିଲେ । ସମସ୍ତେ ଏକାଠି ୫ ବଖରା ବିଶିଷ୍ଟ ଘରେ ରହୁଥିଲେ । କାରଣ ତାଙ୍କ ପିତାଙ୍କର ଏକାଧିକ ପତ୍ନୀ ଥିଲେ । ତାଙ୍କ ଘରେ ଝିଅମାନଙ୍କୁ ଅଧିକ କହିବାକୁ କିମ୍ବା ଭବିଷ୍ୟତର ସ୍ୱପ୍ନ ଦେଖିବାକୁ ଅନୁମତି ନ ଥିଲା । ଘରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ପିଲାଦିନେ ଗୋଟେ କଣ୍ଢେଇ କିଣିବାକୁ ପଇସା ନ ଥିଲା । ତେଣୁ ସେ ନିଜେ କପଡାରେ କଣ୍ଢେଇ ତିଆରି କରି ଖେଳୁଥିଲେ । ବାପାଙ୍କ ମୃତ୍ୟୁ ପରେ ସେ ତାଙ୍କ ମାଙ୍କ ସହ ଅଷ୍ଟ୍ରେଲିଆ ଚାଲି ଆସିଲେ ।

ସେ ତାଙ୍କ ମାଆଙ୍କ ସହ କବରସ୍ଥାନ ଏବଂ ବେଳେବେଳେ ଛୁଟିଦିନରେ ପ୍ରିଣ୍ଟିଂ କାରଖାନାରେ କାମ କରିଲେ । ସେ ଫ୍ୟାଶନ୍ ପ୍ରତି ବେଶ୍ ଆଗ୍ରହୀ ଥିଲେ । ତେଣୁ ଫ୍ୟାଶନ୍ ପତ୍ରିକାର ପୃଷ୍ଠାଗୁଡ଼ିକୁ ଦେଖିବାକୁ ଭଲ ପାଉଥିôଲେ । ମନେ ମନେ ଗୋଟେ ମଡ଼େଲ ହେବାକୁ ସ୍ୱପ୍ନ ଦେଖୁଥିଲେ । ୨୦୦୯ ମସିହାରେ ସେ ମଡ଼େଲିଂ ଦୁନିଆରେ ପାଦଦେଲେ । ପରେ ଗୋଟେ ସୁପର ମଡ଼େଲ ପାଲଟିଗଲେ । ଆଉ ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ମଧ୍ୟ ପାଇଲେ ।

ଏଥିସହିତ ସେ ସୋସିଆଲ ମିଡିଆରେ ବି ଖୁବ୍ ସକ୍ରିୟ । ସୁଜାନ ନିଜେ ତାଙ୍କ ପିଲାବେଳର କାହାଣୀକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ହେଲେ ତାଙ୍କର ଅନେକ ଫଲୋଅର୍ସ ଏହିକଥାକୁ ବିଶ୍ୱାସ କରୁନାହାନ୍ତି । ସୁଜାନ ନିଜର ଲୋକପ୍ରିୟତା ପାଇଁ ଏମିତି ଦୁଃଖଭରା କାହାଣୀ ଶୁଣାଇଛନ୍ତି ବୋଲି ତାଙ୍କର ଅନେକ ଫଲୋଅର୍ସ କହିଛନ୍ତି ।

Leave A Reply

Your email address will not be published.