Latest Odisha News

BREAKING NEWS

‘ନିଜର ସୁରକ୍ଷା ପାଇଁ ଆଇନର ଲାଭ ନେଇ ପାରୁ ନାହାନ୍ତି ମହିଳା’: କୋଲକାତା ହୋଇକୋର୍ଟର ବିଚାରପତି

କୋଲକାତା: ମହିଳା ଉଠାଇ ପାରୁ ନାହାନ୍ତି ଆଇନର ଲାଭ । ଦେଶରେ ମହିଳାଙ୍କ ପାଇଁ ଅନେକ ଆଇନ୍ ରହିଥିବା ବେଳେ ସେମାନେ ତାର ସଦୁପଯୋଗ କରି ପାରୁ ନାହାନ୍ତି । କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଭିଜିତ୍ ଗଙ୍ଗୋପାଧ୍ୟାୟଙ୍କ ଅନୁସାରେ, ମହିଳାଙ୍କ ଅଧିକାର ରକ୍ଷା ଲାଗି ଥିବା ଆଇନ୍ ଲାଗୁ ପରେ ବି ସେମାନ ତାର ଫାଇଦା ନେବା ପାଇଁ ଅସମର୍ଥ ।

ଜଷ୍ଟିସ୍ ଗଙ୍ଗୋପାଧ୍ୟାୟ କହିଛନ୍ତି, ଏହାକୁ ନେଇ ବଡ଼ ଆଇନ୍ ରହିଛି । କିନ୍ତୁ କେତେକ କ୍ଷେତ୍ରରେ ବିଶେଷ କରି ଆର୍ଥିକ ଅନଗ୍ରସର ବର୍ଗରୁ ଆସୁଥିବା ମହିଳା ଏହାର ଲାଭ ପାଉ ନାହାନ୍ତି । ଏହାର କାରଣ ଗରିବୀ ଓ ଜନସଚେତନତାର ଅଭାବ । ଏହି ଭେଦଭାବ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ମଧ୍ୟରେ ଜାରି ରହିଛି ।

୧୯୫୦ରେ ମାତୃତ୍ୱ ଛୁଟି ଉପରେ ଆଲୋଚନା ପରେ ଏହା ଲାଗୁ ପାଇଁ ୧୧ ବର୍ଷ ସମୟ ଲାଗିଥିଲା । ଘରୋଇ ହିଂସାରେ ମହିଳାଙ୍କୁ ସଂରକ୍ଷଣ ଅଧିନିୟମ ୨୦୦୫ ଓ କର୍ମସ୍ଥଳୀରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଅଧିନିୟମକୁ ବିଳମ୍ବରେ ଆଣିବା କଥା ଅବତାରଣା କରିଛନ୍ତି ।

Leave A Reply

Your email address will not be published.