Latest Odisha News

BREAKING NEWS

ଜି ୨୦ ଶିଖର ସମ୍ମିଳନୀ: ଗୁଲମାର୍ଗ ଯିବେନି ବିଦେଶୀ ଅତିଥି

ନୂଆଦିଲ୍ଲୀ: ଜମ୍ମୁ ଏମଂ କଶ୍ମୀରର ଗ୍ରୀଷ୍ମକାଳୀନ ରାଜଧାନୀ ଶ୍ରୀନଗରରେ ଜି୨୦ ଶିଖର ସମ୍ମିଳନୀର ଆୟୋଜନ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ତେବେ ରବିବାର ଏହି କାର୍ଯ୍ୟକ୍ରମରେ ସାମନ୍ୟ ପରିବର୍ତନ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ବିଦେଶରୁ ଆସିଥିବା ଅତିଥିମାନେ ଗୁଲମାର୍ଗ ଯିବେ ନାହିଁ ନିଷ୍ପତି ନିଆଯାଇଛି । ସମସ୍ତ ଏଜେନ୍ସି ସୁରକ୍ଷା ବ୍ୟବସ୍ଥା କଡା କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଶ୍ୱ ପ୍ରସିଦ୍ଧ ଡଲ ହ୍ରଦରେ ସିଆରପିଏଫର କୁଇକ ଆକ୍ସନ ଟିମ ମକ ଡ୍ରିଲ କରିଛି । ଶ୍ରୀନଗରର ଡଲ ହ୍ରଦ ନିକଟରେ ଥିବା ଶେର ଇ କଶ୍ମୀର ଇଂଟରନ୍ୟାଶନାଲ କନଫେରେନ୍ସ ସେଂଟର ପ୍ରତି ସୁରକ୍ଷାକର୍ମୀ ବିଶେଷ ଧ୍ୟାନ ଦେଉଛନ୍ତି । ଏଠାରେ ସମ୍ମିଳନୀ ଆୟୋଜିତ ହେବ ।

ଏହା ଏକ ଆନ୍ତର୍ଜାତୀୟସ୍ତରର କାର୍ଯ୍ୟକ୍ରମ ହେଇଥିବାରୁ ଏଥିରେ ଯେପରି ସାମାନ୍ୟ ଭୁଲ ନ ହେବ ସେଥିପ୍ରତି ସମସ୍ତଙ୍କୁ ସତର୍କ କରାଯାଇଛି । ଏହାର ଆୟୋଜନ ଭାରତ ପାଇଁ ସମ୍ମାନର ବିଷୟ ବୋଲି ସଚେତ କରାଯାଇଛି । ଏହି ସମ୍ମିଳନୀକୁ ଭଣ୍ଡୁର କରିବା ପାଇଁ ଆତଙ୍କବାଦୀଙ୍କ ସମସ୍ତ ଉଦ୍ୟମ ବ୍ୟର୍ଥ କରାଯିବ ବୋଲି ଜନୈକ ସୁରକ୍ଷା ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.