Latest Odisha News

BREAKING NEWS

ବୈତରଣୀ ବ୍ରିଜରେ ବନ୍ଦେ ଭାରତ ରାସ୍ତା ରୋକିଲା କାଳବୈଶାଖୀ

ଯାଜପୁର: କାଳବୈଶାଖୀ ବର୍ଷା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍ ଅଧା ବାଟରେ ଅଟକି ରହିଛି । ଯାଜପୁର ଜିଲ୍ଲା ବୈତରଣୀ ରୋଡ୍ ଓ ମଞ୍ଜୁରୀ ରୋଡ୍ ମଧ୍ୟରେ ଅପରାହ୍ଣ ୪ଟା ୩୫ରୁ ଅଟକି ରହିଛି ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀରୁ-ହାୱଡ଼ା ଅଭିମୁଖେ ଯାଉଥିବା ବେଳେ କାଳବୈଶାଖୀ ଯୋଗୁ ଗଛ ଭାଙ୍ଗି ତାର ଛିଡ଼ି ଯାଇଥିଲା ।

ଲୋକୋ ପାଇଲଟଙ୍କ ସାମ୍ନା ପଟ କାଚ ଭାଙ୍ଗି ଯାଇଥିବା ବେଳେ ବିଦ୍ୟୁତ୍ ତାର ଛିଡ଼ି ପଡ଼ିଛି । ବନ୍ଦେ ଭାରତ ଏକ୍ସପ୍ରେସର ସମ୍ମୁଖ ଭାଗର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି । ରେଲୱେ ଅଧିକାରୀ ସେଠାରେ ପହଞ୍ଚି ମରାମତି ଆରମ୍ଭ କରିଛନ୍ତି ।

ପୂର୍ବତଟ ରେଲୱେର ସୂଚନା ଅନୁଯାୟୀ, ରାତି ସାଢ଼େ ୭ଟା ସୁଦ୍ଧା ବନ୍ଦେ ଭାରତ ଏକ୍ସପ୍ରେସକୁ ଗନ୍ତବ୍ୟ ସ୍ଥଳକୁ ନିଆଯିବାକୁ ଉଦ୍ୟମ କରାଯାଉଛି । ଡିଜେଲ୍ ଇଞ୍ଜିନ୍ ଲଗାଇ ମଞ୍ଜୁରୀ ରୋଡକୁ ବନ୍ଦେ ଭାରତ ଏକ୍ସପ୍ରେସକୁ ନିଆଯାଇ ପାରେ ବୋଲି କହିଛନ୍ତି ପୂର୍ବତଟ ରେଲୱେର ଜନ ସମ୍ପର୍କ ଅଧିକାରୀ ।

ବର୍ତ୍ତମାନ ବନ୍ଦେ ଭାରତ ଏକ୍ସପ୍ରେସରେ ଯାନ୍ତ୍ରିତ ତ୍ରୁଟି ଦେଖା ଦେଇଥିବା ବେଳେ ଇଞ୍ଜିନିୟର ସଜାଡ଼ୁଛନ୍ତି । ସମ୍ପୂର୍ଣ୍ଣ ଅଟୋମେଟିକ୍ ଡୋର୍ ଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ବିଦ୍ୟୁତ୍ ସମସ୍ୟା ଦେଖା ଦେଇଥିବାରୁ ଡୋର୍ ଖୋଲୁ ନାହିଁ । ଫଳରେ ଟ୍ରେନ୍ ଭିତରେ ଥିବା ଯାତ୍ରୀ ଫସି ରହିଛନ୍ତି । ଖୁବଶୀଘ୍ର ମରାମତି କରାଯିବ ବୋଲି କହିଛନ୍ତି ପୂର୍ବତଟ ରେଲୱେ ଅଧିକାରୀ ।

Leave A Reply

Your email address will not be published.