Latest Odisha News

୨୦୨୨ ପାଇଁ କଳା ମଣିମାର ସଂକ୍ଷିପ୍ତ ପଞ୍ଜିକା ପ୍ରକାଶିତ

ପୁରୀ : ଓଡ଼ିଶାର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ‘କଳା ମଣିମା’ ଦ୍ୱାରା ଜ୍ୟୋତିର୍ବିଦ ପ୍ରଶାନ୍ତ କୁମାର ଆଚାର୍ଯ୍ୟଙ୍କ ସମ୍ପାଦନାରେ, ୨୦୨୨ ପାଇଁ ଏକ ସଂକ୍ଷିପ୍ତ ପଞ୍ଜିକା ସିଂହଦ୍ୱାର ସମ୍ମୁଖରେ ଉନ୍ମୋଚିତ ହୋଇ ଯାଇଛି।

ଅନେକ ବର୍ଷ ଧରି ଏହି ପଞ୍ଜିକାଟି ଓଡ଼ିଶାରେ ପ୍ରଚଳିତ ଅନ୍ୟାନ୍ୟ ସମ୍ଭ୍ରାନ୍ତ ପଞ୍ଜିକା ଅନୁଯାୟୀ ତଥ୍ୟ, ତିଥି, ବାର , ନକ୍ଷତ୍ର ଆଦିର ସଠିକ ଗଣନାଯୁକ୍ତ ହୋଇ ପାଠକୀୟ ଆଦୃତି ଲାଭ କରିଛି।

ଏହି ପଞ୍ଜିକାର ଉନ୍ମୋଚନ କାର୍ଯ୍ୟକ୍ରମରେ ପାଞ୍ଜିକାର ସମ୍ପାଦକ ଶ୍ରୀ ଆଚାର୍ଯ୍ୟଙ୍କ ସହ ଦଇତାପତି କାର୍ତ୍ତିକ ଦାସ ମହାପାତ୍ର, ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର, ବାଳକୃଷ୍ଣ ପୂଜାପଣ୍ଡା ସାମନ୍ତ, ମହନ୍ତ ମହାରାଜ ରାମକୃଷ୍ଣ ଦାସଜୀ, ଶ୍ୟାମା ପ୍ରକାଶ ସେନାପତି ଓ ପ୍ରକାଶକ ମହେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.