Latest Odisha News

BREAKING NEWS

ସହିଦ ସପ୍ତାହରେ ଲାଗିଲା ମାଓ ପୋଷ୍ଟର, ଯବାନଙ୍କ ଜୋରଦାର କୁମ୍ବିଂ ଅପରେସନ୍

ମାଲକାନଗିରି: ମାଓବାଦିଙ୍କ ସହିଦ ସପ୍ତାହର ତୃତୀୟ ଦିନରେ ସ୍ୱାଭିମାନ ଅଚଂଳରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର । ଡିସେମ୍ବର ୨ ତାରିଖ ଠାରୁ ୮ ତାରିଖ ପର‌୍ୟ୍ୟନ୍ତ ପିଏଲଜିଏ ସପ୍ତାହକୁ ପାଳନ କରିବା ଲାଗି ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି ।

ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ରାଲେଗଡା ପଞ୍ଚାୟତକୁ ସଂଯୋଗ କରୁଥିବା ଝୁଲା ପୋଲ ନିକଟରେ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ ନିମେନ୍ତ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ପୂର୍ବରୁ ଏହି ଅଞ୍ଚଳରେ ମାଓ ଗତିବିଧି ରହିଥିବାରୁ ବିଏସଏଫ,ଏସଓଜି ଓ ଡିଭିଏଫ ଯବାନଙ୍କ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି ।

ପିଏଲଜିଏ ସପ୍ତାହ ସମୟରେ ନକ୍ସଲମାନେ ବିଭିନ୍ନ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରି ଥାଆନ୍ତି । ଯାହାକୁ ଦୃଷ୍ଟିରେ ରଖି ପୋଲିସ ବିଭାଗର ଗୁଇନ୍ଦା ସଂସ୍ଥାକୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଳାର ସମସ୍ତ ସରକାରୀ ବସ୍ ଗୁଡିକର ଯାତାୟତକୁ ବାତିଲ୍ କରି ଦିଆଯାଇଛି ।

Leave A Reply

Your email address will not be published.