Latest Odisha News

BREAKING NEWS

ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ; ଅବୁଧାବି ଏୟାରପୋର୍ଟରେ ଲ୍ୟାଣ୍ଡ କଲା ବିମାନ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ। ଅବୁଧାବିରୁ କେରଳର କୋଝିକୋଡେ(କଲିକଟ) ଆସୁଥିବା ବିମାନରେ ହଠାତ୍ ନିଆଁ ଲାଗିଯିବାରୁ ବିମାନକୁ ପୁଣିଥରେ ଫେରାଇ ନିଆଯାଇ ଅବୁଧାବିରେ ଲ୍ୟାଣ୍ଡିଂ କରାଯାଇଛି।  ବିମାନର ଏକ ଇଞ୍ଜିନରୁ ଧୂଆଁ ବାହାରୁଥିବାର ଜଣାପଡ଼ିବା ପରେ ବିମାନକୁ ଅବୁଧାବି ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରାଯାଇଥିବା ସୂଚନା ମିଳିଛି।

ଅବୁଧାବିରୁ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଫ୍ଲାଇଟ୍‌ ଆଇଏକ୍ସ ୩୪୮ ବିମାନର ଚାଳକ ହଠାତ୍ ଇଞ୍ଜିନରୁ ଧୂଆଁ ବାହାରୁଥିବାର ଦେଖିବାକୁ ପାଇଥିଲେ। ଏହାପରେ ସେ ବିମାନକୁ ପୁଣିଥରେ ଅବୁଧାବି ଏୟାରପୋର୍ଟକୁ ଫେରାଇ ନେଇଥିଲେ। ଏହି ଦୁର୍ଘଟଣା ସମୟରେ ବିମାନରେ ମୋଟ ୧୮୪ ଯାତ୍ରୀ ଥିଲେ। ସମସ୍ତେ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇଥିବା ସୂଚନା ମିଳିଛି।

ଏନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ ଏନେଇ ଏକ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି। ଡିଜିସିଏ କହିଛି ଅବୁଧାବିରୁ କଲିକଟ ଆସୁଥିବା ଏୟାରଇଣ୍ଡିଆ ଏକ୍ସପ୍ରେସ୍ ବି୭୩୭-୮୦୦ ଏୟାରକ୍ରାଫ୍ଟ ଭିଟି-ଏୱାଇସି ଅପରେଟିଂ ଫ୍ଲାଇଟ୍‌ ଆଇଏକ୍ସ ୩୪୮ ଇଞ୍ଜିନରେ ଧୂଆଁ  ବାହାରିଥିଲା। ଏଥିପାଇଁ ବିମାନକୁ ପୁଣିଥରେ ଅବୁଧାବି ବିମାନବନ୍ଦରକୁ ଫେରାଇ ନିଆଯାଇଛି। ବିମାଟି ସମୁଦ୍ର ପତ୍ତନରୁ ୧୦୦୦ ଫୁଟ ଉପରେ ଉଡ଼ୁଥିବା ବେଳେ ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ବୋଲି ଡିଜିସିଏ କହିଛି।

ତେବେ ବିମାନଟି ପୁଣିଥରେ ଅବୁଧାବି ଫେରିଯିବା ପର ସବୁ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇ ପଡ଼ିଥିଲେ। ବର୍ତ୍ତମାନ ବିମାନର ଯାଞ୍ଚ ଚାଲିଛି। ପ୍ରକୃତରେ କେଉଁ କାରଣ ପାଇଁ ଇଞ୍ଜିନରେ ଧୂଆଁ ବାହାରିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

Leave A Reply

Your email address will not be published.