Latest Odisha News

ମେଗାଲିଫ୍ଟ କେନାଲରେ ଭାସିଯାଇ ଛାତ୍ର ମୃତ

କଳାହାଣ୍ଡି: କେନାଲ୍‌ରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ। କଳାବାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଚାଚିଗୁଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆଦର୍ଶ ବିଦ୍ୟାଳୟରେ ପଢ଼ୁଥିବା ଷଷ୍ଠ ଶ୍ରେଣୀର ଛାତ୍ର ନବୀନ ଛତ୍ରୀଆ ମେଗାଲିଫ୍ଟ କେନାଲରେ ଭାସିଯିବାରୁ ତାଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ୫ଟା ବେଳେ ନବୀନ ସାଙ୍ଗମାନଙ୍କ ସହ ଗାଁ ଦେଇ ଯାଇଥିବା ମେଗା ଲିଫ୍ଟ କେନାଲକୁ ଶୌଚ ପାଇଁ ଯାଇଥିଲେ। ଗୋଡ଼ ଖସିଯିବାରୁ କେନାଲର ପାଣି ସୁଅରେ ନବୀନ ଭାସି ଯାଇଥିଲେ। ନବୀନ ଭାସିଯାଉଥିବା ଦେଖି ସାଙ୍ଗରେ ଯାଇଥିବା ସାଙ୍ଗମାନେ ଦୌଡ଼ି ଘରକୁ ଆସି ଖବର ଦେଇଥିଲେ।

ଘର ଲୋକେ ଯିବା ବେଳକୁ ନବୀନ ପ୍ରାୟ ଏକ କିମି ପର୍ଯ୍ୟନ୍ତ ଭାସି ଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଖବର ପାଇ ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।

Leave A Reply

Your email address will not be published.