Latest Odisha News

ପ୍ରେମିକକୁ ୧୦୮ଥର ଛୁରି ଭୁସି ହତ୍ୟା କଲେ, ନିର୍ଦ୍ଦୋଷ କହିଲେ କୋର୍ଟ

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଏକ ଅଜବ ମାମଲା ସାମନାକୁ ଆସିଛି। ଜଣେ ମହିଳା ନିଜ ପ୍ରେମିକକୁ ୧୦୮ ଥର ଛୁରି ଭୁସି ହତ୍ୟା କରିଥିଲେ। ମାତ୍ର କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ୨୦୧୮ରେ ବ୍ରାଇନ ନାମକ ଜଣେ ମହିଳା ତାଙ୍କ ପ୍ରେମିକ ଚାଡ ଓ’ମେଲିଆଙ୍କୁ ୧୦୮ ଥର ଛୁରିଭୁସି ହତ୍ୟା କରିଥିଲେ। ହତ୍ୟା କରିବା ସମୟରେ ସେ ନିଶାଗ୍ରସ୍ତ ଥିଲେ।ଜଜ ତାଙ୍କୁ ପ୍ରଥମେ ଚାରି ବର୍ଷ ଦଣ୍ଡିତ କରିଥିଲେ, କିନ୍ତୁ ପରେ ତାଙ୍କୁ କ୍ଷମା କରିଦେଇଥିଲେ। ଶୁଣାଣି ସମୟରେ କୋର୍ଟ କହିଥିଲେ, ହତ୍ୟା ସମୟରେ ସେ ନିଶାଗ୍ରସ୍ତ ଥିଲେ। ସେ ଏପରି ନିଶା କବଳରେ ଥିଲେ ଯେ ନିଜ ବେକରେ ଛୁରି ଲଗାଇ ଦେଇଥିଲେ।

ସୂଚନା ଅନୁସାରେ, ୨୦୧୮ରେ ୩୨ବର୍ଷୀୟ ବ୍ରାଉନ ସ୍ପେଜଚର ନିଶାଦ୍ରବ୍ୟର ସେବନ କରି ମାନସିକ ଭାରସାମ୍ୟ ହରାଇ ଚାଡ ଓ ମେଲିଆଙ୍କୁ ଛୁରିଭୁସି ହତ୍ୟା କରିଥିଲେ। ଏହି ମାମଲାରେ ତାଙ୍କୁ ଜେଲ ଦଣ୍ଡାଦେଶ ହୋଇଥିଲା। ଏନେଇ ସୁପ୍ରିମକୋର୍ଟ ବିଚାରପତି ୱର୍ଲି କହିଛନ୍ତି ମହିଳା ମାନସିକ ଭାରସାମ୍ୟ ହରାଇ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଏଥିପାଇଁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।

 

 

Comments are closed.