Latest Odisha News

BREAKING NEWS

ବିଜେଡ଼ିରୁ ଦାମଙ୍କୁ ବହିଷ୍କାର ଦାବି ତେଜିଲା

ଭୁବନେଶ୍ୱର: ବରିଷ୍ଠ ବିଜେଡ଼ି ନେତା ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଜଗତସିଂହପୁର ଜିଲ୍ଲା ବିଜେଡ଼ି ସଭାପତି ବିଷ୍ଣୁ ଦାସ । ମଙ୍ଗଳବାର ଦିନ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସହିତ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତାମାନେ ଦାମଙ୍କ ଦଳ ବିରୋଧି କାର୍ଯ୍ୟ ସମ୍ପର୍କରେ ଏକ ଲିଖିତ ଅଭିଯୋଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି । ଏବେ ଦାମଙ୍କୁ ଦଳରୁ ବହିଷ୍କାର ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି ।

“ଡ଼ାକ୍ତର ଦାମୋଦର ରାଉତଙ୍କ ଦଳବିରୋଧୀ କାର୍ଯ୍ୟକଳାପ ନେଇ ମୁଁ ଅଭିଯୋଗ ପାଇଛି,  ମୁଁ ଅଭିଯୋଗ ତର୍ଜମା କରିବା ପରେ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି,” ବୋଲି ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଗଣମାଧ୍ୟମକୁ ସୂଚନାଦେଇ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ଡ଼ାଃ ରାଉତ ଦଳ ବିରୋଧରେ ବିଷୋଦଗାର କରିବା ସହିତ ଦଳ ବିରୋଧି ମନ୍ତବ୍ୟ ଦେଉଛନ୍ତି, ସେ ମଧ୍ୟ ଜଗତସିଂହପୁର ଜିଲ୍ଲାରେ ବିଜେପି ଓ କଂଗେସ ସହିତ ଗୁପ୍ତଭାବେ ସମ୍ପର୍କ ସ୍ଥାପନ କରିଛନ୍ତି । “ତେଣୁ ତାଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରାଯାଉ” ବୋଲି ଶ୍ରୀ ମୁଦୁଲି କହିଛନ୍ତି ।

ଏହାମଧ୍ୟରେ ଏମଏସଏମଇ ମନ୍ତ୍ରୀ ତଥା ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲ ଏବଂ ବିଜେଡ଼ି ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଏସମ୍ପର୍କରେ ଆଲୋଚନା କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଓମଫେଡ଼, ସମବାୟ ସମିତି, ପଲିଥିନ ସିଟ ଓ ଚାରା ରୋପଣରେ ଦୁର୍ନୀତି ହୋଇଥିôôବା ଗଣମାଧ୍ୟମ ଆଗରେ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.