Latest Odisha News

BREAKING NEWS

ମାଲକାନଗିରି: ଡ଼ଙ୍ଗା ବୁଡ଼ିଯାଇ ୪ଜଣ ନିଖୋଜ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳର ବାଲିମେଳା ଜଳଭଣ୍ଡାରର ବାର୍ଲାବନ୍ଧ ନଦୀଘାଟରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଯାଇଛି । ନଦୀରେ ଏକ ଡ଼ଙ୍ଗା ବୁଡ଼ି ଯିବାରୁ ଗତରାତିରୁ ୪ଜଣ ବ୍ୟକ୍ତି ନିଖୋଜ ରହିଛନ୍ତି ।

ମିଳିଥିବା ସୂଚନାନୁସାରେ, ବିଲରୁ କାମ ସାରି କିଛି ଲୋକ ଡ଼ଙ୍ଗା ଯୋଗେ ଘରକୁ ଫେରୁଥିଲେ । ନଦୀ ଭିତରେ ଡ଼ଙ୍ଗା ବୁଡ଼ିଯିବାରୁ ସେଥିରେ ଥିବା ସମସ୍ତେ ପାଣିରେ ବୁଡ଼ି ଯାଇଥିଲେ । ତେବେ ୩ ଜଣ ବ୍ୟକ୍ତି ପହଁରି କୂଳରେ ପହଞ୍ଚିବାକୁ ସକ୍ଷମ ହୋଇଥିଲେ ମଧ୍ୟ ୪ ଜଣ ବ୍ୟକ୍ତି ନିଖୋଜ ରହିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ନାବାଳକ ରହିଛନ୍ତି ।

ମିଳିଥିବା ସୂଚନାନୁସାରେ ଏପର୍ଯ୍ୟନ୍ତ ଏହି ନିଖୋଜ ବ୍ୟକ୍ତିଙ୍କର ପତ୍ତା ମିଳିପାରିନାହିଁ । ସେହିପରି ଅନ୍ୟ ଏକ ଘଟଣାରେ ଗଞ୍ଜାମ ଜିଲ୍ଲା ଗୋଖରକୁଦ ନିକଟରେ ନଦୀରେ ଏକ ଡ଼ଙ୍ଗା ବୁଡ଼ି ଯିବାରୁ ଜଣେ ବ୍ୟକ୍ତିଙ୍କର ପତ୍ତା ମିଳିପାରୁ ନାହିଁ । ଏହି ଡ଼ଙ୍ଗାରେ ଥିବା ଅନ୍ୟ ତିିନିଜଣ ଜୀବନ ବଞ୍ଚାଇ ପାରିଥିବା ବେଳେ ଜଣେ ନିଖୋଜ ରହିଛନ୍ତି ।

Leave A Reply

Your email address will not be published.