Latest Odisha News

BREAKING NEWS

ଦ୍ୱିତୀୟ ଥର ପାଇଁ ବାପା ହେଲେ ଅମ୍ବାତି ରାୟୁଡୁ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଦ୍ୱିତୀୟ ଥର ପାଇଁ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ରାୟୁଡୁ ଏବଂ ତାଙ୍କ ପତ୍ନୀ ଚେନ୍ନୁପଲ୍ଲୀ ବିଦ୍ୟାଙ୍କ ଏହା ଦ୍ୱିତୀୟ କନ୍ୟା ସନ୍ତାନ । ୩୭ ବର୍ଷୀୟ ଭାରତର ଏହି ବ୍ୟାଟ୍ସମ୍ୟାନ ଇନଷ୍ଟାଗ୍ରାମରେ ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ସେ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି । ଏଥିରେ ତାଙ୍କ ବଡ ଝିଅ ସାନ ଭଉଣୀକୁ ଏକ ଲୟରେ ଚାହିଁଥିବା ଦେଖିବାକୁ ମିଳିଛି । ମୁଁ ଭାଗ୍ୟବାନ ଯେ, ଭଗବାନ ମୋତେ ଆଉ ଏକ ସନ୍ତାନ ଦେଇଛନ୍ତି ବୋଲି ସେ କହିଛନ୍ତି । ୨୦୨୦ରେ ତାଙ୍କ ବଡ ଝିଅ ଜନ୍ମ ହୋଇଥିଲା ।

ଚେନ୍ନାଇ ସୁପର କିଙ୍ଗସ ଏବଂ ସାଥୀ ଖେଳାଳିମାନଙ୍କ ପକ୍ଷରୁ ମଧ୍ୟ ରାୟୁଡୁଙ୍କୁ ଏ ନେଇ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଚଳିତ ଆଇପିଏଲରେ ଚେନ୍ନାଇ ୧୩ ମ୍ୟାଚରେ ୧୫ ପଂଏଟ ହାସଲ କରିଛି । ଶେଷ ଲିଗ ମ୍ୟାଚରେ ବିଜୟ ହାସଲ କରି ଦଳ ପ୍ଲେ ଅଫ ପ୍ରବେଶ ଆଶାରେ ରହିଛି । ଖରାପ ଫର୍ମରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ଏହି ମ୍ୟାଚ ଖେଳିବ । ଦିଲ୍ଲୀ ପ୍ଲେ ଅଫ ଦୌଡରୁ ବାଦ ପଡି ସାରିଛି ।

Leave A Reply

Your email address will not be published.