Latest Odisha News

BREAKING NEWS

ଆସନ୍ତୁ ଜାଣିବା କେତେ ଉପକାରୀ ଓଟର ଲୁହ

ନୂଆଦିଲ୍ଲୀ: ମରୂଭୂମିରେ ଜାହଜ କୁହାଯାଉଥବା ଓଟ ଆମ ପାଇଁ କେତେ ଉପକାରୀ ତାହା ଆପଣମାନେ ଜାଣିବା ଉଚିତ । ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଉଥିବା ଏହି ପଶୁ ଏବେ ଆମ ପାଇଁ ମୂଲ୍ୟବାନ ସାଜିଛି । ଓଟର କ୍ଷୀର କେତେ ଉପକାରୀ ଓ ମୂଲ୍ୟବାନ ତାହା ଆପଣମାନେ ଜାଣନ୍ତି କି ? ଆମେରିକା, ୟୁରୋପ ଏବଂ ଭାରତରେ ଓଟର ଲୁହ ଆଂଟି ଭେନମର କାର୍ଯ୍ୟ କରିଥାଏ । ଅନ୍ୟ ଅର୍ଥରେ ଏହା ଆମ ପାଇଁ ଜୀବନଦାୟୀ ହୋଇଥାଏ । ଗବେଷକମାନେ ପ୍ରମାଣ କରି ସାରିଛନ୍ତି ଓଟର ଲୁହ ସାପର ବିଷକୁ କାଟ କରିବା କ୍ଷମତା ରଖିଛି । ବିଶ୍ୱରେ ଏବେ ୨୫୦ ପ୍ରକାର ସାପ ପାଇଁ ଆଂଟି ଭେନମ ଔଷଧ ଉପଲବ୍ଧ ଅଛି । ବର୍ତମାନ ଏହି ଲୁହ ଆହୁରି ଅନେକ ପ୍ରକାରର ଔଷଧ ପ୍ରସ୍ତୁତିରେ କାର୍ଯ୍ୟରେ ଲାଗିବ । ସବୁଠାରୁ ଦୁର୍ଗମ ପରିସ୍ଥିତିରେ ବଢ଼ିଥିବା ଓଟର ଲୁହ ମନୁଷ୍ୟ ଆଖିକୁ ମଧ୍ୟ ନଷ୍ଟ ହେବାରୁ ରକ୍ଷା କରିପାରିବ ।

ମରୁଭୂମିରେ ଉତପ୍ତ ପରିବେଶ ଏବଂ ବାଲୁକା ପାଇଁ ଓଟର ଆଖିରେ ଏକ ସ୍ୱତନ୍ତ୍ର ପ୍ରକାରର ପ୍ରୋଟେକ୍ଟିଭ ସିଷ୍ଟମ ରହିଛି । ଏହା ଇନଫେକସନରୁ ମଧ୍ୟ ବଂଚାଇଥାଏ । ଏହାର ଲୁହ ୩ ଲେୟାର ବିଶିଷ୍ଟ ହୋଇଥିବାରୁ ସହଜରେ ଆଖି ନଷ୍ଟ ହୁଏନି । ମନୁଷ୍ୟଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ହୋଇଥିଲେ ମଧ୍ୟ ଗବେଷଣା ପରେ କେତେ କାର୍ଯ୍ୟରେ ଲାଗିପାରିବ ତାହା ସ୍ପଷ୍ଟ ହେବ । ଏହା ବ୍ୟତୀତ ଓଟର କ୍ଷୀର ମଧ୍ୟ ଦେଶ, ବିଦେଶ ଚଢ଼ା ଦାମରେ ବିକ୍ରି ହୋଇଥାଏ । ଏହା ମନୁଷ୍ୟ ଶରୀର ପାଇଁ ବେଶ ଉପଯୋଗୀ ।

Leave A Reply

Your email address will not be published.