Latest Odisha News

BREAKING NEWS

ମାଲିକ ପାଖରେ ପହଂଚିବା ପାଇଁ ଓଟ ୭ ଦିନରେ ଚାଲିଲା ୧୦୦କିମି

ଉଲାନବତର: ମଣିଷ-ପଶୁଙ୍କ ମଧ୍ୟରେ ଥିବା ସ୍ନେହ ସମ୍ପର୍କର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ମଙ୍ଗୋଲିଆ ଅଂଚଳରେ ଗୋଟିଏ ଓଟ ତାର ପୁରୁଣା ମାଲିକ ପାଖକୁ ଫେରିଯିବା ପାଇଁ ୭ ଦିନ ୧୦୦ କିଲୋମିଟର ରାସ୍ତା ଅତିକ୍ରମ କରିଥିଲା । ଗତ ବର୍ଷ ଅକ୍ଟୋବରରେ ମାଲିକଜଣକ ଏହି ଓଟକୁ ବିକ୍ରି କରି ଦେଇଥିଲେ । ୮ ମାସ ଝୁରିବା ପରେ ଓଟ ଆଉ ରହିପାରିଲା ନାହିଁ, ପୁରୁଣା ମାଲିକ ପାଖକୁ ଫେରିଯିବା ପାଇଁ ସେ ୧୦୦ କିଲୋମିଟର ରାସ୍ତ ଚାଲିଥିଲା । ସଡକ ପାର ହେବା ପାଇଁ କଂଟା ତାରରେ ତାର ଶରୀର ଖଣ୍ଡିଆ ଖାବରା ହୋଇ ଯାଇଥିଲା ।

ରାସ୍ତାରେ ଜଣେ ବ୍ୟକ୍ତି ଏହି ଓଟର ଦୟନୀୟ ଅବସ୍ଥା ଦେଖି ତାକୁ ଅଟକାଇ ଏହାର ମାଲିକକୁ ଖୋଜିଥିଲା । ଘଟଣାଟି ପ୍ରଚାର ହେବା ପରେ ପ୍ରକୃତ ମାଲିକ ଆସି ଓଟକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ଓଟ ମଧ୍ୟ ତାର ପୁରୁଣା ମାଲିକକୁ ଦେଖିବା ମାତ୍ରେ ପାଖକୁ ଦୌଡି ଆସିଥିଲା । ଆଉ କେବେ ଏହାକୁ ବିକ୍ରି କରିବି ନାହିଁ ବୋଲି ଭାବପ୍ରବଣ ହୋଇ ମାଲିକଜଣକ କହିଥିଲେ ।

Leave A Reply

Your email address will not be published.