Latest Odisha News

BREAKING NEWS

ଅଗଷ୍ଟରେ ହୋଇପାରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ନିମନ୍ତ୍ରଣ ପତ୍ର ପଠାଇଛନ୍ତି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସଭାପତି ନିର୍ତ୍ୟ ଗୋପାଳ ଦାସ ।

ଯାହାଫଳରେ ଆସନ୍ତା ମାସରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି । ପ୍ରାପ୍ତ ସୂଚନାନୁଯାୟୀ ଶନିବାର ଦିନ ହେବାକୁ ଥିବା ବୈଠକରେ ସମୟ ଧାର୍ଯ୍ୟ କରାଯାଇପାରେ । ଏହି ଉତ୍ସବରେ ଆରଏସଏସ ମୁଖ୍ୟ ମୋହନ ଭଗବତ ସାମିଲ ହୋଇପାରନ୍ତି।

ଅପରପକ୍ଷରେ ଗତ ଗୁରୁବାର ଦିନ ଟ୍ରଷ୍ଟର କନଷ୍ଟ୍ରକସନ୍ କମିଟି ଚେୟାରମ୍ୟାନ୍ ନୃପେନ୍ଦ୍ର ମିଶ୍ର ଅଯୋଧ୍ୟା ଗସ୍ତରେ ଯାଇଥିଲେ ।

ସେଠାରେ ସେ ଟ୍ରଷ୍ଟର ଅନେକ ସଦସ୍ୟଙ୍କ ସହ ସାକ୍ଷାତ କରିବା ସହ ବିଏସଏପର ପୂର୍ବତନ ନିର୍ଦ୍ଦେଶକ କେ କେ ଶର୍ମାଙ୍କ ସହିତ ଭେଟ କରିଥିଲେ । ଯିଏକି ଟ୍ରଷ୍ଟର ସିକ୍ୟୁରିଟି ଆଡଭାଇଜର ରହିଛନ୍ତି ।

Leave A Reply

Your email address will not be published.